ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାରମ୍ବାର କହିଲେ ଶୁଣୁନାହଁ | ଛୁଆଙ୍କୁ କହିଲେ ଶୁଣୁଛନ୍ତି ତୁମେ କାହିଁ ଶୁଣୁନାହଁ | ଛୁଆଙ୍କ ଭଳି ହୁଅ ନାହିଁ | ନିଜକୁ ପରିବର୍ତ୍ତନ କର, ନଚେତ ଭୋଗିବ | କିଛି ଏଭଳି ଢଙ୍ଗରେ ଆଜି ଦଳୀୟ ସାଂସଦଙ୍କୁ ରୋକଠୋକ ଶୁଣାଇଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ | ଆଜି ମୋଦୀଙ୍କ ଅଧ୍ୟକ୍ଷତାରେ ବିଜେପିର ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ଶୀତକାଳୀନ ଅଧିବେଶନରେ ଗୃହରେ ଉପସ୍ଥିତ ରହିବାକୁ ସାଂସଦମାନଙ୍କୁ ତାଗିଦ କରିଛନ୍ତି | ଅଧିବେଶନ ସମୟରେ ସଂସଦକୁ ଆସି ନଥିବା ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଭର୍ତ୍ସନା କରିଛନ୍ତି। ସୂଚନାନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଯଦି ପିଲାମାନଙ୍କୁ ବାରମ୍ବାର ସମାନ କଥା ନ କରିବାକୁ କୁହାଯାଏ, ସେମାନେ ତାହା କରନ୍ତି ନାହିଁ। ଦୟାକରି ନିଜ ଭିତରେ ପରିବର୍ତ୍ତନ ଆଣ, ନଚେତ୍ ତୁମର ପରିବର୍ତ୍ତନ ହୋଇଯିବ’ | କୁହାଯାଉଛି ଯେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ସାଂସଦମାନଙ୍କୁ ସୂର୍ଯ୍ୟ ନମସ୍କାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ସମସ୍ତେ ସୂର୍ଯ୍ୟ ନମସ୍କାର କରିବା ଉଚିତ ଏବଂ ଏହାକୁ ନେଇ ପ୍ରତିଯୋଗିତା ହେବା ଉଚିତ | ଯାହାକି ସମସ୍ତଙ୍କୁ ସୁସ୍ଥ ରଖିବ | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ମୁଁ ୧୩ ତାରିଖରେ କାଶୀ ଯାଉଛି | ପ୍ରଥମ ଥର ପାଇଁ ମୁଁ ଆପଣମାନଙ୍କୁ ସେଠାକୁ ଆସିବାକୁ କହିବି ନାହିଁ, କାରଣ ବର୍ତ୍ତମାନ ସଂସଦ ଚାଲିଛି। ସେଥିପାଇଁ ଆପଣମାନେ ସଂସଦରେ ରହିବା ଉଚିତ୍’ | ସେ ଦଳର ସାଂସଦମାନଙ୍କୁ କହିଛନ୍ତି, ମୁଁ ଡିସେମ୍ବର ୧୪ ରେ ଚାୟ ପେ ଚର୍ଚ୍ଚା କରିବି | ଏହି ବୈଠକ ଶେଷ ହେବା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଧିବେଶନ ଶେଷ ହେବା ପରେ ସମସ୍ତ ଜିଲ୍ଲା ସଭାପତି, ମଣ୍ଡଳ ସଭାପତି ଏବଂ ଅନ୍ୟମାନଙ୍କ ସହ ଚାଏ ପେ ଚର୍ଚ୍ଚା ଭଳି ଆଲୋଚନା ହେବା ଉଚିତ୍।
More Stories
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..