ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ଥିଲେ । ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ। ବାଂଲାଦେଶର ସଦ୍ୟତମ ସ୍ଥିତି ସମ୍ପର୍କରେ ଅଧିକାରୀ ଓ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୂଚନାଯୋଗ୍ୟ, ବାଂଲାଦେଶରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପଶି ସେଠାରେ ଭଙ୍ଗାରୁଜା କରିବା ସହ ଲୁଟ୍ କରିଛନ୍ତି। ଏଥିସହ ଶେଖ୍ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଂଲାଦେଶ ଛାଡ଼ିବାକୁ ପଡ଼ିଥିଲା। ସେ ଏବେ ନୂଆଦିଲ୍ଲୀର ଏକ ସୁରକ୍ଷିତ ସ୍ଥାନରେ ଅଛନ୍ତି । ନୂଆଦିଲ୍ଲୀରୁ ସେ ଲଣ୍ଡନ କିମ୍ବା ଫିନଲାଣ୍ଡ ଯାଇପାରନ୍ତି । ଶେଖ୍ ହସିନାଙ୍କ ବିମାନ ଭାରତର ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ ଏୟାରବେସରେ ଅବତରଣ କରିଥିଲା। ଏହି ସମୟରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କୁ ସ୍ବାଗତ କରିଥିଲେ ଓ ତାଙ୍କ ସହ କିଛି ସମୟ ଆଲୋଚନା କରିଥିଲେ ।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……