ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଏନଡିଏର ସଂସଦୀୟ ଦଳ ବୈଠକରେ ନରେନ୍ଦ୍ର ମୋଦୀଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଆଜିର ବୈଠକରେ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ବିଜେପି ଏବଂ ସହଯୋଗୀ ଦଳର ସମସ୍ତ ସାଂସଦ ଏବଂ ବଡ ନେତା ଉପସ୍ଥିତ ଥିଲେ। ବୈଠକରେ ମୋଦୀ ପ୍ରବେଶ କରିବା ମାତ୍ରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ଏହା ପରେ ସେ ମଞ୍ଚରେ ପହଞ୍ଚିବା ପରେ ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ନେତା ନୀତିଶ କୁମାର ସ୍ୱାଗତ କରିବା ସହ ମଞ୍ଚରେ ପହଂଚିଥିଲେ। ବିଜେପି ସଭାପତି ଜେପି ନଡ୍ଡା ସ୍ୱାଗତ ସମ୍ବର୍ଦ୍ଧନା କରିବା ପରେ ବୈଠକ ଆରମ୍ଭ ହୋଇଥିଲା। ଜେପି ନଡ୍ଡା ନରେନ୍ଦ୍ର ମୋଦୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ସଭାରେ ଉପସ୍ଥିତ ଥିବା ସମସ୍ତ ନେତା ଠିଆ ହୋଇ ମୋଦୀ-ମୋଦୀ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। କିନ୍ତୁ ଏହି ସମୟରେ ମଞ୍ଚରେ ବସିଥିବା ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାର ନିଜ ଚେୟାରରେ ବସିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ସମସ୍ତ ନେତାମାନେ ଠିଆ ହୋଇ ସ୍ୱାଗତ କରିବା ବେଳେ ଏହି ଦୁଇ କିଙ୍ଗମେକର କିନ୍ତୁ ବସି ରହିଥିଲେ। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଥିଲା।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..