ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ଆଜି ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ତାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି କେବି ସିଂହଦେଓ ଓ ପ୍ରଭାତି ପରିଡ଼ା। ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ଶପଥ ନେଇଛନ୍ତି | ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି।
କ୍ୟାବିନେଟ ମନ୍ତ୍ରୀ–
୧. ସୁରେଶ ପୁଜାରୀ-କ୍ୟାବିନେଟ ମନ୍ତ୍ରୀ
୨. ରବି ନାରାୟଣ ନାଏକ-କ୍ୟାବିନେଟ ମନ୍ତ୍ରୀ
୩. ନିତ୍ୟାନନ୍ଦ ଗଣ୍ଡ -କ୍ୟାବିନେଟ ମନ୍ତ୍ରୀ
୪. କୃଷ୍ଣଚନ୍ଦ୍ର ପତ୍ର- କ୍ୟାବିନେଟ ମନ୍ତ୍ରୀ
୫. ପୃଥ୍ୱୀରାଜ ହରିଚନ୍ଦନ-କ୍ୟାବିନେଟ ମନ୍ତ୍ରୀ
୬. ମୁକେଶ ମହାଲିଙ୍ଗି-କ୍ୟାବିନେଟ ମନ୍ତ୍ରୀ
୭. ବିଭୁତି ଭୂଷଣ ଜେନା-କ୍ୟାବିନେଟ ମନ୍ତ୍ରୀ
୮. କୃଷ୍ଣ ଚନ୍ଦ୍ର ମହାପାତ୍ର-କ୍ୟାବିନେଟ ମନ୍ତ୍ରୀ
ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ )–
୧. ଗଣେଶ ରାମ ସିଂ ଖୁଣ୍ଟିଆ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ ପାହ୍ୟା )
୨. ସୂର୍ଯ୍ୟବଂଶୀ ସୁରଜ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ ପାହ୍ୟା )
୩. ପ୍ରଦୀପ ବଳ ସାମନ୍ତ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ ପାହ୍ୟା )
୪. ଗୋକୁଳାନନ୍ଦ ମଲ୍ଲିକ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ ପାହ୍ୟା )
୫. ସମ୍ପଦ ଚନ୍ଦ୍ର ସ୍ୱାଇଁ-ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ ପାହ୍ୟା )
ଶପଥ ଗ୍ରହଣ ସମାରୋହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ଜଗତ ପ୍ରକାଶ ନଡ୍ଡା, ନିତିନ ଗଡ଼କରୀ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଅଶ୍ବିନୀ ବୈଷ୍ଣବ, ଓଡ଼ିଶାରୁ ନବନିର୍ବାଚିତ ସାଂସଦ ଏବଂ ବିଧାୟକ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..