ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶ ଦୀର୍ଘ ୨ ବର୍ଷ ହେବ କରୋନା ମହାମୃଇ ସହିତ ଲଢେଇ କରୁଥିବା ବେଳେ ମଙ୍କିପକ୍ସ ଚିନ୍ତା ବଢ଼ାଇଛି | ମଙ୍କିପକ୍ସ ଆକ୍ରାନ୍ତ ମଧ୍ୟ ଦେଶରେ ଚିହ୍ନଟ ହୋଇସାରିଛନ୍ତି | ଏକୁ ଦେଖି କେନ୍ଦ୍ର ସରକାର ମଙ୍କିପକ୍ସ ରୋଗୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ଦେଶରେ ଏଯାବତ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ବିଶ୍ବବ୍ୟାପୀ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି। ତେବେ ଭାରତରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହେବାରୁ ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।
ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ଆଜି ନିର୍ଦ୍ଦେଶାବଳି ଜାରି ହୋଇଛି। ମଙ୍କିପକ୍ସ ରୋଗୀଙ୍କ ପାଇଁ ସରକାର ଜାରି କରିଥିବା ନିର୍ଦ୍ଦେଶାବଳି ହେଉଛି।
- ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ରୋଗୀ ସଙ୍ଗରୋଧରେ ରହିବେ। ଶରୀରର ସମସ୍ତ ଘା ଶୁଖିବା ପର୍ଯ୍ୟନ୍ତ ସଂକ୍ରମିତ ରୋଗୀ ସଙ୍ଗରୋଧରେ ରହିବେ।
- ରୋଗୀ ୩ ଥାକିଆ ମାସ୍କ ପିନ୍ଧିବେ |
- ଶରୀରରେ ହୋଇଥିବା ଘା ଓ ବଥ ଗୁଡ଼ିକୁ ଯଥାସମ୍ଭବ ଘୋଡ଼ାଇ ରଖିବା ଉଚିତ |
- ସଂକ୍ରମିତ ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ୨୧ ଦିନ ଆଇସୋଲେସନରେ ରହିବେ |
- ମଙ୍କିପକ୍ସ ରୋଗୀଙ୍କ ଯତ୍ନ ନେଉଥିବା ବ୍ୟକ୍ତି ପିପିଇ କିଟ୍ ପିନ୍ଧିବେ |
- ମଙ୍କିପକ୍ସ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଲକ୍ଷଣ ନଥିଲେ ବି ବ୍ଲଡ୍, ସେଲ୍, ଟିସୁ ଆଦି ଦାନ କରିପାରିବେନି।
- ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସୁଥିଲେ ବାରମ୍ବାର ହାତ ଧୋଇବେ ଏବଂ ସାନିଟାଇଜର ବ୍ୟବହାର କରିବେ।






More Stories
୧୫୦ଟି ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ…..
ସିରିଆ ଉପରେ ଆମେରିକାର ଆକ୍ରମଣ:ଆତଙ୍କବାଦୀଙ୍କ ମୃତ୍ୟୁ……
ଏକାଠି ଚା ପିଇଲେ ଶାସକ-ବିରୋଧୀ…..