ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମୌସୁମୀ କେରଳ ଛୁଇଁଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ନିଜର ଏକ୍ସ ହ୍ୟାଣ୍ଡେଲରେ ଏନେଇ ସୂଚନା ପ୍ରଦାନ କରିଛି। ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଆଗୁଆ ଆସିଛି। ଦୁଇ ଦିନ ପୁର୍ବରୁ ମୌସୁମୀ କେରଳ ଛୁଇଁଛି। ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର ସମ୍ଭାବନା ରହିଛି। ଦେଶରେ ଏଥର ଭଲ ବର୍ଷା ହେବ। ସ୍ୱାଭାବିକ ଠାରୁ ଅଧିକ ବର୍ଷା କରେଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୧ ଜୁନ୍ ରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ଋତୁ ୮୭ ସେମି ପର୍ଯ୍ୟନ୍ତ ବର୍ଷା ହେଇଥାଏ, ଏଥର ୧୦୬ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।






More Stories
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..