ରିପୋର୍ଟ କାର୍ଡ / ଭୁବନେଶ୍ବର
ସାରା ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରିରହିଛି | ଡ୍ରାଇଭରମାନଙ୍କ ଆନ୍ଦୋଳନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୋଲିସ | ଆଜି ପୋଲିସ ପକ୍ଷରୁ ବାଲେଶ୍ବରରେ ୧୦୦ରୁ ଅଧିକ ଆନ୍ଦୋଳନରତ ଡ୍ରାଇଭରଙ୍କୁ ଗିରଫ କରିଛି। ବିଭିନ୍ନ ଛକରେ ରାସ୍ତାରୋକ କରିଥିବା ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଅରପକ୍ଷରେ ଡ୍ରାଇଭରଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ଅବଗତ ହେବା ପାଇଁ ତମାଣ୍ଡୋରେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ବିଜେପି ବିଧାୟକ ଭେଟିଛନ୍ତି। ବିଜେତି ବିଧାୟକ ନାଉରୀ ନାଏକ ଓ ମୁକେଶ ମହାଲିଙ୍ଗଙ୍କ ସମେତ ତାଙ୍କ ସହିତ ଯାଇଥିବା ଏକ ସ୍ବତନ୍ତ୍ର ଦଳ ଆନ୍ଦୋଳନରତ ଡ୍ରାଇଭରମାନଙ୍କୁ ଭେଟିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ।






More Stories
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..