ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି | ଏହା ଭିତରେ ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି । ସୁପ୍ରିମକୋର୍ଟ ପରେ ଏବେ ସଂସଦ ଭବନରେ କୋଭିଡ୍ ଭାଇରସ୍ ପଶିଛି। ଜାନୁଆରୀ ୬ ଓ ୭ ତାରିଖରେ ସଂସଦରେ କାମ କରୁଥିବା କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ କରୋନା ଟେଷ୍ଟ୍ କରାଯାଇଥିଲା । ଯେଉଁଥିରେ ୪୦୦ ଜଣଙ୍କ ଠାରୁ ଅଧିକ କର୍ମଚାରୀଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୂଚନାଯୋଗ୍ୟ, ଦେଶବ୍ୟାପୀ ଗତ ୨୪ ଘଣ୍ଟା ମଧ୍ୟରେ ୧.୫ ଲକ୍ଷରୁ ଅଧିକ କୋଭିଡ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧ ଲକ୍ଷ ୫୯ହଜାର ୩୭୭ ନୂତନ ମାମଲା ଚିହ୍ନଟ ହୋଇଛି । ଅର୍ଥାତ୍ ୨୪ ଘଣ୍ଟାରେ ୧୩ ପ୍ରତିଶତ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ସେହିପରି ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ହାର ସବୁଠାରୁ ଅଧିକ ।






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..