Report Card Odisha

| Daily Odia News

୮ମ ଶ୍ରେଣୀ ଛାତ୍ରଙ୍କ ସହ ୨ଟି ଛୁଆର ମାଆ’ ଫେରାର…..

ରିପୋର୍ଟ କାର୍ଡ / ଶାଖାପଟନମ

ଜଣେ ୩୦ ବର୍ଷୀୟ ମହିଳା ୮ମ ଶ୍ରେଣୀ ପଢ଼ୁଥିବା ୧୫ ବର୍ଷୀୟ ପିଲାକୁ ପ୍ରେମ କରି ତାଙ୍କ ସହ ଫେରାର ହୋଇ ଯାଇଛନ୍ତି। ଫେରାର ହୋଇ ଯାଇଥିବା ମହିଳାଙ୍କର ୨ଟି ପିଲା ମଧ୍ୟ ରହିଥିବା ଜଣ ପଡିଛି । ଏଭଳି ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର କ୍ରିଷ୍ଣା ଜିଲ୍ଲାରେ | ମିଳିଥିବା ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଗୁଡିଭାଡା ସହରରେ ରୁହଥିଲେ। ସେ ରହୁଥିବା ଘର ପାଖରେ ୧୫ ବର୍ଷୀୟ ଛାତ୍ର ଜଣଙ୍କ ମଧ୍ୟ ରୁହନ୍ତି। ତେବେ ଏହି ରହିବା ଓ ଦେଖା ସାକ୍ଷାତ ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଉଭୟ ଅନେକ ସମୟ ଏକାଠି ବିତାନ୍ତି। ହେଲେ ମହିଳା ଜଣଙ୍କ ବିବାହିତ ଓ ତାଙ୍କ ବୟସ ୩୦ ହୋଇଥିବାରୁ କେହି ବି ସେମାନଙ୍କ ସମ୍ପର୍କକୁ ଖରାପ ନଜରରେ ଦେଖୁ ନଥିଲେ। ମହିଳା ଜଣଙ୍କ ସବୁବେଳେ ପିଲାମାନଙ୍କ ସହ ମୋବାଇଲରେ ଗେମ ଖେଳନ୍ତି। ଏହି ଗେମ ଖେଳ ଭିତରେ ଇଂଲିଶ ମିଡିୟମରେ ପଢ଼ୁଥିବା ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ପ୍ରତି ସେ ଆକୃଷ୍ଟ ହୋଇଥିଲେ। ପିଲାଟି ମଧ୍ୟ କିଛି ନ ବୁଝି ମହିଳାଙ୍କ ପ୍ରେମରେ ପଡ଼ିଥିଲେ। ଏଥିସହ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ଗଢ଼ି ଉଠିଥିଲା। ମହିଳାଙ୍କ ପ୍ରେମରେ ଛାତ୍ର ଜଣଙ୍କ ଏତେମାତ୍ରାରେ ବୁଢ଼ି ଯାଇଥିଲେ ସେ ନିୟମିତ ସ୍କୁଲ ମଧ୍ୟ ଯାଉ ନଥିଲେ। ସେ ସବୁବେଳେ ମହିଳାଙ୍କ ଘରେ ସମୟ କାଟୁ ଥିବାରୁ ଏହାକୁ ତାଙ୍କ ପରିବାର ଲୋକ ବିରୋଧ କରିଥିଲେ। ଏପରି କି ତାଙ୍କୁ ଗାଳି ମଧ୍ୟ କରିଥିଲେ। ଏକଥା ଛାତ୍ର ଜଣଙ୍କ ମହିଳାଙ୍କୁ ଜଣାଇଥିଲେ। ଏହା ଶୁଣିବା ପରେ ମହିଳା ଜଣଙ୍କ ଫେରାର ହେବାକୁ ଯୋଜନା କରିଥିଲେ। ଯୋଜନା ଅନୁସାରେ, ଜୁଲାଇ ୧୯ରେ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ପିଲାମାନଙ୍କୁ କିଛି ନ ଜଣାଇ ୮ ଛାତ୍ରଙ୍କୁ ସାଙ୍ଗରେ ଧରି ହାଇଦ୍ରାବାଦ ଚାଲି ଯାଇଥିଲେ। ୧୫ ବର୍ଷୀୟ ଛାତ୍ର ଜଣଙ୍କ ଘରୁ କେଉଁ ଆଡ଼େ ଚାଲି ଯାଇଥିବାରୁ ତାଙ୍କ ବାପା ପୋଲିସ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପିଲାଟି ସହ ହାଇଦ୍ରାବାଦରେ କିଛି ଦିନ ରହିବା ପରେ ମହିଳା ଜଣଙ୍କ ଗୁଡିଭାଡା ଫେରିବାକୁ ଚାହିଁଥିଲେ। ମହିଳାଙ୍କ ପାଖରେ ଟଙ୍କା ନଥିବା କଥା ପିଲାଟି ଜାଣିବା ପରେ ସେ କିଛି ସାଙ୍ଗଙ୍କୁ ଯୋଗାଯୋଗା କରିଥିଲେ। ହେଲେ କୌଣସି ସାହାଯ୍ୟ ନ ମିଳିବାରୁ ପିଲାଟି ତାଙ୍କ ବାପାମା’ଙ୍କୁ ଯୋଗାଯୋଗ କରି ଘରକୁ ଫେରିବାକୁ ଚାହୁଁଥିବା କହିଥିଲେ। ଏକଥା ପରିବାର ଲୋକ ପୋଲିସ କୁ ଜଣାଇଥିଲେ। ପୋଲିସ ଫୋନ ନମ୍ବରୁ ଟ୍ରେସ କରି ଉଭୟ ହାଇଦ୍ରାବାଦରେ ଥିବା ଜାଣିବାକୁ ପାଇଥିଲା। ମଙ୍ଗଳବାର ଗୋଟିଏ ପୁଲିସ୍‌ ଟିମ ହାଇଦ୍ରାବାଦ ଯାଇ ଉଭୟଙ୍କୁ ଗୁଡ଼ିଭାଡା ଆଣିଥିଲା। ଛାତ୍ର ଜଣଙ୍କ ନାବାଳକ ହୋଇଥିବାରୁ ପୋଲିସ ଏବେ ପୋକ୍ସୋ ଆକ୍ଟରେ ବି ମାମଲା କରିଛି। ଏଥିସହ ମହିଳାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ଆଣିଛି। ସେହିପରି ନାବାଳକ ଛାତ୍ରଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଥିବା ଗୁଡ଼ିଭାଡାର ସର୍କଲ ଇନସପେକ୍ଟର ଭି ଦୁର୍ଗା ରାଓ ସୂଚନା ଦେଇଛନ୍ତି।

 

Breaking News