Report Card Odisha

| Daily Odia News

ଇକୋ ଟୁରିଜିମ୍ ପ୍ରକଳ୍ପକୁ ସମସ୍ତ ପ୍ରକାର ସହଯୋଗ……

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ହୋଇ ରାଜ୍ୟର ଅର୍ଥନୀତି ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳରେ କିପରି ରୋଜଗାର ସୃଷ୍ଟି ହେବ ସେ ନେଇ ରାଜ୍ୟ ସରକାର ତତ୍ପର ରହିଛନ୍ତି। ତେଣୁ ବିଧାୟକ ମାନେ ସେମାନଙ୍କ ଅଞ୍ଚଳରେ କେହି ଶିଳ୍ପ କିମ୍ବା ଇକୋ ଟୁରିଜିମ ସମ୍ପର୍କିତ କୌଣସି ପ୍ରକଳ୍ପ କରିବାକୁ ଆଗ୍ରହୀ ଥିଲେ ସେମାନଙ୍କୁ ଉତ୍ସାହିତ କରନ୍ତୁ। ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ଆଜି ବିଧାନସଭାରେ ବିଧାୟକ ଧୃବ ସାହୁଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକ ମାନଙ୍କର ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦେବ କହିଛନ୍ତି କୌଣସି ସ୍ଥାନରେ ଯଦି କେହି ଇକୋ ଟୁରିଜିମ ପାଇଁ କୌଣସି ଇକୋ ରିସୋର୍ଟ ଆଦି ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ଅଛନ୍ତି ତେବେ ସେମାନଙ୍କୁ ପ୍ରଥମେ ସେମାନଙ୍କର ଯୋଜନା ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇବାକୁ କରିବାକୁ ପଡିବ। ପ୍ରକଳ୍ପର ବ୍ୟୟ ଅଟକଳ ଏବଂ କେତେ ଲୋକଙ୍କୁ ରୋଜଗାର ମିଳିବ ସେ ସବୁ ସେଥିରେ ଉଲ୍ଲେଖ ରହିବା ଆବଶ୍ୟକ। ବିଭାଗ ଏହାକୁ ତର୍ଜମା କରିବା ପରେ ଯଦି ପ୍ରକଳ୍ପର ମୂଲ୍ୟ ୫୦ କୋଟିରୁ ଅଧିକ ହୋଇଥିବ ତେବେ ତାକୁ ଏକକ ବାତାୟନରେ ଓ ୫୦ କୋଟିରୁ କମ୍ ହୋଇଥିଲେ ଜିଲ୍ଲାପାଳଙ୍କ ନିକଟରେ ଅନୁମୋଦନ ଦିଆ ଯାଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ ବୋଲି ସେ କହିଛନ୍ତି।

Breaking News