ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅର୍ଦ୍ଧନଗ୍ନ ଅବସ୍ଥାରେ ଦୁଷ୍କର୍ମ ପୀଡିତା ଜଣେ ୧୨ ବର୍ଷର ନାବାଳିକା ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ବୁଲି ବୁଲି ସାହାଯ୍ୟ ମାଗିଥିଲେ ମଧ୍ୟ କେହି ସାହାଯ୍ୟ କରିନଥିଲେ | ସାହାଯ୍ୟ ପରିବର୍ତ୍ତେ କବାଟ ଫାଙ୍କରେ ମଣିଷ ଦେଖୁଛି ଜଣେ ଝିଅର ଅର୍ଦ୍ଧନଗ୍ନ ରକ୍ତ ଭିଜା ଦେହକୁ । ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଉଜ୍ଜୟିନୀ ସହରରେ। ସିସି ଟିଭିରେ ରେକର୍ଡ ହୋଇଥିବା ସେହି ଦୃଶ୍ୟରେ ଦେଖିବାକୁ ମିଳିଛି କି ନାବାଳିକା ସହ ଦୁଷ୍କର୍ମ ପରେ ଦାଣ୍ଡି ଆଶ୍ରମ ନିକଟରେ ଛାଡି ଦିଆଯାଇଥିଲା। ଦୁଷ୍କର୍ମ ପରେ ନାବାଳିକା ଦେହରେ ବସ୍ତ୍ର ନ ଥିବା ବେଳେ ତାଙ୍କ ଦେହରୁ ରକ୍ତ ବୋହୁଥିଲା। ସେ ନିକଟସ୍ଥ ରାସ୍ତା କଡରେ ଲୋକମାନେ ରହୁଥିବା ଘରକୁ ଘର ଯାଇ ସାହାଯ୍ୟ କରିବା ପାଇଁ ଓ ତାକୁ ସହାୟତା କରିବା ପାଇଁ ନେହୁରା ହେଉଥିଲା। କିନ୍ତୁ ସମସ୍ତେ କବାଟ ବନ୍ଦ କରିଦେଉଥିଲେ। କେବଳ ସେତିକି ନୁହେଁ, ସାହାଯ୍ୟ ନ ପାଇ ବେଳକୁ ବେଳ ଝିଅଟି ଦୁର୍ବଳ ହୋଇ ପଡୁଥିଲା। ଶେଷରେ ନିକଟରେ ଥିବା ଆଶ୍ରମର ଜଣେ ଅନ୍ତେବାସୀ ରାହୁଲ ଶର୍ମା ସମ୍ପୃକ୍ତ ନାବାଳିକାକୁ ପୁଲିସ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ ଓ ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଇନ୍ଦୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ମାଇନା ପରେ ଝିଅଟି ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାର ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ମଧ୍ୟପ୍ରଦେଶ ପୁଲିସ ଇତି ମଧ୍ୟରେ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଦୁଷ୍କର୍ମ ଶିକାର ହୋଇଥିବା ଝିଅ ଜଣଙ୍କ କେଉଁ ଅଂଚଳର ବୋଲି ସଠିକ ଭାବେ କହିପାରୁ ନ ଥିବା ବେଳେ ସେ ଉତ୍ତରପ୍ରଦେଶର ପ୍ରୟାଗରାଜ ଅଂଚଳର ହୋଇଥିବା ପ୍ରାଥମିକ ସୂଚନା ମିଳିଛି। ଏହି ଘଟଣାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଉଜ୍ଜୟିନୀ ପୋଲିସ କୁ ରିପୋର୍ଟ ତଲବ କରିଛନ୍ତି।






More Stories
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..