ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ କଟକ ସାଂସଦ ଭର୍ତ୍ତୃହରି ମହତାବ ଇସ୍ତଫା ଦେଇଛନ୍ତି। କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ବିଜେଡିରେ ତାଙ୍କ ମତକୁ ଗ୍ରହଣ କରାଯାଉନଥିବା କାରଣରୁ ସେ ଇସ୍ତଫା ଦେଉଥିବା କହିଛନ୍ତି। କଟକରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭର୍ତ୍ତୃହରି କହିଛନ୍ତି ଯେ ସେ ବିଜେଡିର ପରିଚାଳନାଗତ ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ସେ ବିଷୟରେ ଚିନ୍ତା କରିବେ ବୋଲି କହିଥିଲେ କିନ୍ତୁ କିଛି କଲେନାହିଁ। ସେ ମୁଖ୍ୟମନ୍ତ୍ରୀଙ୍କୁ ଶେଷ ଥର ପାଇଁ କେବେ ଭେଟିଥିଲେ ବୋଲି ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ସେ କହିଥିଲେ ଯେ ସେଥିପାଇଁ ଡାଏରୀ ଖୋଲିବାକୁ ପଡ଼ିବ। ସେ କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ଥାଏ ତେଣୁ ଧୈର୍ଯ୍ୟ ସୀମା ଟପିଲା ପରେ ଆଉ ଦଳରେ ରହିବାକୁ ଇଛା ନାହିଁ। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲା ପରେ ସେ ଦଳରେ ରହିବା ଆବଶ୍ୟକ ମନେ କଲେ ନାହିଁ ବୋଲି ସେ କହିଛନ୍ତି






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……