ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଧାୟକ ମୁକେଶ ବର୍ମା ଇସ୍ତଫା ଦେଇଛନ୍ତି | ଆନୁଷ୍ଠାନିକ ଘୋଷଣା ସହିତ ଓବିସିର ସମସ୍ତ ନେତା ଯେପରି ଭାବେ ବିଜେପି ଛାଡ଼ିବାରେ ଲାଗିଛନ୍ତି | ବିଧାୟକ ମୁକେଶ ବର୍ମା ଫିରୋଜାବାଦର ଶିକୋହାବାଦ ନିର୍ବାଚନମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ପୂର୍ବରୁ ୬ଜଣ ବିଧାୟକ ଗତ ୩ଦିନ ମଧ୍ୟରେ ଇସ୍ତଫା ଦେଇସାରିଲେଣି। ମୁକେଶ ବର୍ମା ଇସ୍ତଫା ଦେଇ କହିଛନ୍ତି ଯେ, ବିଜେପି ସରକାର ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦଳିତ, ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତା ତଥା ଜନ ପ୍ରତିନିଧୀଙ୍କ ପ୍ରତି କୌଣସି ଧ୍ୟାନ ଦେଇନଥିଲେ ଏବଂ ସେଥିପାଇଁ ସମ୍ପ୍ରଦାୟଗୁଡିକ ଅବହେଳିତ ହୋଇଥିଲେ। ତେଣୁ ମୁଁ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛି। ମୁକେଶ ବର୍ମାଙ୍କ ପୂର୍ବରୁ ସ୍ବାମୀ ପ୍ରସାଦ ମୌର୍ଯ୍ୟ, ଅବତାର ସିଂହ ଭଦନା, ତିନ୍ଦୱାରୀର ବ୍ରଜେଶ ପ୍ରଜାପତି, ତିଲହାରର ରୋଶନ ଲାଲ ଭର୍ମା ଏବଂ ବିଲହୌର ଭଗବତୀ ସାଗର ଗତ ୩ଦିନ ମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି। ତେବେ ବୁଧବାର ଦିନ ଉତ୍ତରପ୍ରଦେଶର ଦୁଇଜଣ ବିଧାୟକ ବିଜେପି ହାତ ଧରିଥିବା ଜଣାପଡ଼ିଛି। କଂଗ୍ରେସ ବିଧାୟକ ନରେଶ ସାଇନି ଏବଂ ସମାଜବାଦୀ ପାର୍ଟିିର ହରି ଓମ ଯାଦବ ବିଜେପିରେ ଯୋଗ ଦେଇଛନ୍ତି।






More Stories
ରାଜନାଥ ସିଂହଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ…..
ଦାୟିତ୍ୱ ଗ୍ରହଣ କଲେ ନୂଆ ସ୍ଥଳସେନା ମୁଖ୍ୟ…..
ଆଫଗାନିସ୍ତାନ ଉପରେ ଆକ୍ରମଣ ,୩୬ ମୃତ…..