Report Card Odisha

| Daily Odia News

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡରେ ପଶିଗଲେ ଯୁବକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଟୋଲ ଫିରୁ ବଞ୍ଚିବାକୁ ଯାଇ ଜଣେ ବ୍ୟକ୍ତି ଅଭିନବ ଉପାୟ ରଚିଥିଲେ। ସୋଶାଲ ମିଡିଆରେ ଭିଡିଓ କରୁଥିବା ଶୁଭମ କୁମାର ନାମକ ୩୦ ବର୍ଷୀୟ ଯୁବକ ମହାରାଷ୍ଟ୍ରର ବାନ୍ଦ୍ରା ୱର୍ଲିରେ ଥିବା ସି ଲିକ୍‌ ଟୋଲ ଗେଟ ନିକଟରେ ପହଞ୍ଚିଥିଲେ। ଉକ୍ତ ଟୋଲ ଗେଟ୍‌ ଅତିକ୍ରମ କରିବାକୁ ହେଲେ ଟଙ୍କା ଦେବାକୁ ପଡ଼ିବ ଜାଣି ଯୁବକଜଣକ ସେଠାରେ ରହି ଯାଇଥିଲେ। କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କାର୍‌କେଡ ଉକ୍ତ ଟୋଲଗେଟ୍‌ ଅତିକ୍ରମ କଲା। ତେଣୁ ଉକ୍ତ କାର୍‌କେଡରେ ପଶିଗଲେ ଟୋଲ ଫି ଦେବାକୁ ପଡ଼ିବନି ଭାବି ଯୁବକଜଣକ ନିଜ କାର୍‌ ସହ ପଶି ଯାଇଥିଲେ। ମାତ୍ର ଜଣେ ପୋଲିସ ଅଧିକାରୀ ଏହା ଦେଖି ତୁରନ୍ତ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଯୁବକଜଣକ ଅଟକି ନ ଥିଲେ। ଏହାପରେ ତୁରନ୍ତ ୱର୍ଲି ଟ୍ରାଫିକ ପୋଲିସକୁ ଆଲର୍ଟ କରାଯାଇଥିଲା। ପରେ ସେଠାରେ ତୁରନ୍ତ ତାଙ୍କୁ ମାଡ଼ି ବସିଥିଲା ଟ୍ରାଫିକ ପୋଲିସ। ଏହାପରେ ବାନ୍ଦ୍ରା ପୋଲିସ ତାଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି। ଟୋଲ ଫିରୁ ବର୍ତ୍ତିବାକୁ ଶୁଭମ କୁମାର ଏପରି କରିଥିବା ପୋଲିସ ସମ୍ମୁଖରେ ସତ ମାନିଛନ୍ତି |

Breaking News