ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ମୁମ୍ବଇର ସାୟନ ହସ୍ପିଟାଲରେ ଘଟିଛି ଏଭଳି ଏକ ଘଟଣା। ଏଠାରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ନିଜକୁ ବଞ୍ଚାଇବା ଉଦ୍ୟମବେଳେ ମହିଳା ଡାକ୍ତର ଜଣକ ଆହତ ହୋଇଥିବା ଜଣାପଡ଼ିଛି। ରବିବାର ଭୋର ପ୍ରାୟ ସାଢେ ୩ଟା ସମୟରେ ଘଟିଥିବା କୁହାଯାଉଛି। ବିଏମସି ଏମଏଆରଡି ଆସୋସିଏସନର ଡାକ୍ତରମାନେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଆକ୍ରମଣକାରୀ ଫେରାର ଥିବା ଜଣାପଡ଼ିଛି।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..