ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା ଥମିବାର ନାଁ ନେଉନାହିଁ। ପୁଣି ମୁମ୍ବଇର ସାୟନ ହସ୍ପିଟାଲରେ ଘଟିଛି ଏଭଳି ଏକ ଘଟଣା। ଏଠାରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ନିଜକୁ ବଞ୍ଚାଇବା ଉଦ୍ୟମବେଳେ ମହିଳା ଡାକ୍ତର ଜଣକ ଆହତ ହୋଇଥିବା ଜଣାପଡ଼ିଛି। ରବିବାର ଭୋର ପ୍ରାୟ ସାଢେ ୩ଟା ସମୟରେ ଘଟିଥିବା କୁହାଯାଉଛି। ବିଏମସି ଏମଏଆରଡି ଆସୋସିଏସନର ଡାକ୍ତରମାନେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଆକ୍ରମଣକାରୀ ଫେରାର ଥିବା ଜଣାପଡ଼ିଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……