ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାରିବାରିକ କଳହ ଭୟଙ୍କର। ସ୍ୱାମୀଙ୍କୁ ହତ୍ୟା କରି ସ୍ତ୍ରୀ ଏବଂ ପୁଅ ୭ ମହଲା ତଳକୁ ଫିଙ୍ଗିଦେଲେ। ଏଭଳି ଏକ ଅଭାବନୀୟ ଘଟଣା ମୁମ୍ବାଇର ଆମ୍ବୋଲି ଏରିଆରେ ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ଏବଂ ତାଙ୍କ ପୁଅକୁ ପୋଲିସ ଗିରଫ କରି ମାମଲା ରୁଜୁ କରିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଶାନ୍ତନୁ କ୍ରିଷ୍ଣା ଶେଷାଦ୍ରି। ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଥିଲା। ପୂର୍ବରୁ ମଧ୍ୟ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଶେଷାଦ୍ରିଙ୍କ ସ୍ତ୍ରୀ ଏବଂ ପୁଅ କହିଥିଲେ। ତେବେ ପୋଲିସ ତଦନ୍ତ ବେଳେ ଶେଷାଦ୍ରିଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଥିବା ଜଣାପଡ଼ିଥିଲା। ଏଥିସହ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିଥିବା ପୋଲିସ ଯାଞ୍ଜ ବେଳେ ଜାଣିବାକୁ ପାଇଛି। ମୁମ୍ବାଇର ଡେପୁଟି ପୋଲିସ କମିଶନର ମଞ୍ଜୁନାଥ ସିଙ୍ଘେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରେ ଏହା ପାରିବାରିକ କନ୍ଦଳ ଜନିତ ହତ୍ୟା ବୋଲି ପୋଲିସ କହିଛି। ଘଟଣାରେ ପୁଅ ଏବଂ ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ଏହାର ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଡେପୁଟି ପୋଲିସ କମିଶନର କହିଛନ୍ତି।






More Stories
ଆଜିଠୁ ବଙ୍ଗ ଭୟମୁକ୍ତ…..
ଭବାନୀପୁରରେ ହାରିଲେ ଦିଦି…..
ରାଜପଥରେ ଯୁବକଙ୍କୁ ହାଣିଦେଲେ…..