ରିପୋର୍ଟ କାର୍ଡ / ମୟୂରଭଞ୍ଜ
ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ସାତକୋଶିଆ ଗ୍ରାମ ପଞ୍ଚାୟତ ପ୍ରଧାନ ସାହି ଗ୍ରାମ ରାସ୍ତାରୁ ଜଣେ ପରିବା ବ୍ୟବସାୟୀଙ୍କର ରକ୍ତ ଜୁଡ଼ୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଧାନ ସାହି ଗାଁର ବାଘ ମହାନ୍ତି। ପରିବା ବ୍ୟବସାୟୀଙ୍କ ମୃତଦେହ ନିକଟରେ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ରକ୍ତ ଭିଜା ଛୁରୀ ପଡିଛି। ଏଥିସହିତ ସେ ବ୍ୟବହାର କରୁଥିବା ମୋଟର ସାଇକେଲ ଓ ପରିବା ବିକ୍ରିର ଦଣ୍ଡି ପଡ଼ି ରହିଛି । ଗତକାଲି ବାଘ ସାତକୋଶିଆ ସାପ୍ତାହିକ ହାଟକୁ ପରିବା ବିକ୍ରି କରିବାକୁ ଯାଇଥିଲେ । ରାତିରେ ପରିବା ବିକ୍ରି କରି ଘରକୁ ଫେରୁଥିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଛୁରୀ ଭୁସି ହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ ରାସ୍ତା କଡ଼ରେ ତାଙ୍କ ମୃତଦେହ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପରିବାର ଲୋକଙ୍କ ସହ ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣା ତଦନ୍ତ କରୁଛି। ବାଘଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣାପଡ଼ି ନାହିଁ।






More Stories
ପ୍ରମିଳାଙ୍କ ବାସଭବନରେ ନେତାଙ୍କ ମେଳି…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..