ରିପୋର୍ଟ କାର୍ଡ / ବାସୁଦେବପୁର
ସ୍ତ୍ରୀକୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସ୍ୱାମୀ। | ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ାର କରୁଣ ପରିଣତି ନେଇଛି ଜୀବନ । ସ୍ତ୍ରୀ ରାଧାରାଣୀ ବେହେରାଙ୍କର ପରକୀୟା ପ୍ରୀତି ପାଇଁ ସ୍ୱାମୀ ଦିପୁ ବେହେରା ହତ୍ୟା କରିଛି । ଏଭଳି ଘଟଣା ଘଟିଛି ବାସୁଦେବପୁରରେ | ସୋମବାର ରାତିରେ ତାମିଲନାଡୁରୁ ଘରକୁ ଫେରିବା ବାଟରେ ଭଦ୍ରକ ଜିଲ୍ଲା ଖରିଦା ବିନାୟକପୁରର ଗାଁ ମୁଣ୍ଡ ପଡ଼ିଆରେ ସ୍ତ୍ରୀ ରାଧାରାଣୀଙ୍କୁ ମାରି ଫିଙ୍ଗି ଦେଇଛି ସ୍ୱାମୀ ଦିପୁ । ଆଉ ତାପରେ ନିଜେ ବାସୁଦେବପୁର ଥାନାରେ ଆତ୍ମସମର୍ପଣ କରିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରୁଛି। ଏହି ହତ୍ୟା ଘଟଣାରେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିନଥିବା ବେଳେ ସ୍ତ୍ରୀର ପରକୀୟା ପ୍ରୀତି ପାଇଁ ସ୍ୱାମୀ ମାରି ଦେଇଥିବା ଚର୍ଚ୍ଚା ହେଉଛି। ଦୁହେଁ ଦୁଇ ବର୍ଷ ତଳେ ପ୍ରେମବିବାହ କରିଥିଲେ। ତାପରେ ଦୁହେଁ ତାମିଲନାଡ଼ୁରେ ଯାଇରହୁଥିଲେ। କେଉଁ କାରଣ ପାଇଁ ଦିପୁ ସ୍ତ୍ରୀ ରାଧାରାଣୀଙ୍କୁ ହତ୍ୟାକଲା ପୋଲିସ ତଦନ୍ତ ପରେ ଜଣାପଡିବ |






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..