ରିପୋର୍ଟ କାର୍ଡ / ଅନୁଗୁଳ
ଜଣେ ଯୁବକଙ୍କ ତଣ୍ଟି କାଟି ବୀଭତ୍ସ ଭାବରେ ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ | ସୂଚନା ଅନୁଯାୟୀ, ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳର ବିଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତକାଲି କନ୍ଦମୂଳ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ସେ ମଞ୍ଚା ବାନ୍ଧି ରହିଥିଲେ। ତେବେ ବିଳମ୍ବିତ ରାତିରେ କେହି ତାଙ୍କର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରିବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତାଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇ ଯାଇଥିଲା। ସେହିଠାରେ ଯୁବକଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କିଏ ଓ କାହିଁକି ହତ୍ୟା କଲା ତାହା ସ୍ପଷ୍ଟ ହୋଇ ନାହିଁ।






More Stories
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..
ଦାୟିତ୍ୱ ବାଣ୍ଟିଲେ ନବୀନ…..