ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ପାଇକପୁର ପାହାଡ଼ ପାଖରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ହେଲେ ବଂଶୀଧର, ସେ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟ କରନ୍ତ ବୋଲି ଜଣାପଡିଛି | ଖବର ଅନୁଯାୟୀ, ପାଇକପୁର ପାହାଡ଼ ତଳେ ବଂଶୀଧରଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ଏହାପରେ ତୁରନ୍ତ ଚନ୍ଦକା ଥାନାକୁ ଖବର ଦେଇଥିଲେ । ଚନ୍ଦକା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ବଂଶୀଧରଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏପିରିକି ତାଙ୍କ ମୁହଁକୁ ମଧ୍ୟ ପଛରରେ ଛେଚି ଦେଇଛନ୍ତି ଦୁର୍ବୃତ୍ତ । ତେବେ କିଏ ଓ କାହିଁକି ଏଭଳି ବିଭତ୍ସ ହତ୍ୟାକରାଯାଇଛି। ସେନେଇ ପୋଲିସ ଛାନ୍ଭିନ୍ ଜାରି ରଖିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ଅନୁମାନ କରୁଛି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….