ରିପୋର୍ଟ କାର୍ଡ / ସୁନ୍ଦରଗଡ
ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ଖୁଟୁଗାଁ ଗ୍ରାମରେ | ସୂଚନା ଅନୁସାରେ- ଘରୋଇ କଳହକୁ ନେଇ ହତ୍ୟା କାଣ୍ଡ ଘଟିଛି । ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନାର ଖୁଟୁଗାଁ ଗ୍ରାମରେ ଘରୋଇ କଳହକୁ ନେଇ ବଡ ଭାଇ ବିଶୁ କୁମାରଙ୍କ ଟାଙ୍ଗିଆ ଚୋଟରେ ସାନ ଭାଇ ବାଡି କୁମାରଙ୍କର ମୃତ୍ୟୁ ହୋଇଛି । ଖୁଟୁଗାଁ ଗ୍ରାମର ବିଶୁ କୁମାର ଏବଂ ବାଡି କୁମାର ଦୁଇ ଭାଇ ଏକାଠି ରହୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଭାଇଙ୍କ ମଧରେ ଝଗଡା ହୋଇଥିଲା । ଫଳରେ ବଡ ଭାଇ ଏକ ଟାଙ୍ଗିଆରେ ସାନ ଭାଇକୁ ଆକ୍ରମଣ କରିଥିଲେ । ହତ୍ୟା କରିବା ପରେ ବଡ ଭାଇ ସେଠାରୁ ଫେରାର ହେଉଥିବା ବେଳେ ଗ୍ରାମବାସୀ ତାକୁ ଅଟକ ରଖିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବଡ ଭାଇକୁ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।






More Stories
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
ଫାଟିଲା ଗ୍ୟାସ୍ ସିଲିଣ୍ଡର; ଜଳିଲା ବଜାର….
ତହସିଲ୍ଦାରଙ୍କ ଘରେ ଭିଜିଲାନ୍ସ ରେଡ଼…..