ରିପୋର୍ଟ କାର୍ଡ / ଭଦ୍ରକ
ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଏକ ରିଫାଇନ ବୋଝେଇ ଟ୍ରକ୍ ଆଉ ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା | ଫଳରେ ରିଫାଇନ ବୋଝେଇ ଟ୍ରକ୍ଟି ଜଳି ଯାଇଛି। ଦୁର୍ଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବଞ୍ଚିଯାଇ ଥିବା ଜଣାପଡିଛି । ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ରିଫାଇନ ବୋଝେଇ ଟ୍ରକ୍ଟି ଭୁବନେଶ୍ୱରରୁ ଭଦ୍ରକ ଆସୁଥିଲେ। ଏହି ସମୟରେ ବାରିକପୁର ଛକ ନିକଟରେ ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ତେଲ ବୋଝେଇ ଟ୍ରକରେ ନିଆଁ ଲାଗି ଯାଇଥିଲା। ମଝିରାସ୍ତାରେ ଟକ୍ଟି ହୁତୁହତୁ ହୋଇ ଜଳି ଯାଇଥିଲା। ଟ୍ରକ୍ରେ ନିଆଁ ଲାଗିବା ପରେ ଡ୍ରାଇଭର ହେଲପର ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିଥିଲେ। ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟ ଟ୍ରକ୍ରେ ଥିବା ଡ୍ରାଇଭର ଓ ହେଲପରଙ୍କ କିଛି ହୋଇ ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।






More Stories
ବିଜେଡି ନେତାଙ୍କ ଘରେ IT ରେଡ…..
ଚାକିରି ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ…..
ଘାଟିରେ ଓଲଟିଲା ବସ୍,ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଆହତ…..