ରିପୋର୍ଟ କାର୍ଡ / କାମାକ୍ଷାନଗର
ଗୁଳିମାଡ଼ରେ ପଥର ଖଣି ବ୍ୟବସାୟୀ ନିରାକାର ସାହୁ ମୃତ ହୋଇଛି । ଏଭଳି ହତ୍ୟାକାଣ୍ଡ ଘଟିଛି କାମାକ୍ଷାନଗର ଥାନା ଆଳତୁମା ମାଳବନ୍ଧ ନିକଟରେ । ୨୦୨୧ ମସିହା ବାରୁଆଁ ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ସାହୁ ସଂପୃକ୍ତ ଥିବାର ସୂଚନା ରହିଛି। ଆଜି ସକାଳେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ନିରାକାର ସାହୁଙ୍କ ଘର ତୁମୁସିଙ୍ଗା ଥାନି କନ୍ତିଓପୁଟସାହିରେ ବୋଲି ଜଣାପଡ଼ିଛି। ତାଙ୍କ ଦେହରେ ଗୁଳି ବାଜିବା ସହ ବେକରେ କ୍ଷତ ଥିବା ରକ୍ତାକ୍ତ ମୃତଦେହ ପଡ଼ିଛି। ମୃତକ ଗତ ୨୦୨୧ ସେପ୍ଟେମ୍ବର ୨୧ ତାରିଖରେ ଗୁଳିମାଡ଼ରେ ମୃତ ବାରୁଆଁ(କା) ସମିତି ସଭ୍ୟ ଦୀପକ ମାହୁନ୍ତ ହତ୍ୟା ମାମଲାର ମୁଖ୍ୟ ଆସାମୀ ଥିବା ବେଳେ ବିଗତ ୪ ମାସ ହେବ ଜାମିନରେ ଆସି ଲଘୁ ଖଣିଜ ପଦାର୍ଥ ବ୍ୟବସାୟ କରିୁଥିଲେ। ପୂର୍ବ ଶତ୍ରୁତାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭାଇ ସର୍ବେଶ୍ବର ସାହୁ ଗଣମାଧ୍ୟମ ଓ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।






More Stories
ରତ୍ନଭଣ୍ଡାର ଗଣତି ବୈଠକ…..
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ……
୧୭ରୁ ବଜେଟ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ…..