ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାପି ଲାହିରୀଙ୍କ ପରଲୋକ ଘଟିଛି | ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା |ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗତବର୍ଷ ସେ କରୋନା ଆକ୍ରାନ୍ତ ହୋଇଥିଲେ । ଏହା ପରଠାରୁ ଶଯ୍ୟାଶାୟୀ ହୋଇଯାଇଥିଲେ । ଘରେ ତାଙ୍କର ହ୍ବିଲ ଚେୟାରରେ ଚଳପ୍ରଚଳ କରୁଥିଲେ । ପରେ ଶରୀର ଅଧିକ ଖରାପ ହେବାରୁ ତାଙ୍କୁ ଜୁହୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୯୭୩ ମସିହାର ଚଳଚ୍ଚିତ୍ର ‘ନହ୍ନା ଶିକାରୀ’ରେ ପ୍ରଥମେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ । ସେ ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଥିଲେ ।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..