Report Card Odisha

| Daily Odia News

ଏମ୍‌.ଭି ପ୍ରସାଦଙ୍କ ଜାମିନ ଆବେଦନ ଖାରଜ,ଗଲେ ୩ ଦିନିଆ ରିମାଣ୍ଡ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲକ୍ଷାଧିକ ଟଙ୍କାର ଠକେଇ ମାମଲାରେ ଗିରଫ ଆନ୍ଧ୍ରର ପୂର୍ବତନ ଏମ୍‌ଏଲ୍‌ଏ ମଲ୍ଲ ବିଜୟ ପ୍ରସାଦଙ୍କ ଜାମିନ ଆବେଦନକୁ ସ୍ୱତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟ ଖାରଜ କରିଦେଇଛନ୍ତି । ଏଥିସହିତ କ୍ରାଇମ୍‌ବ୍ରାଞ୍ଚ୍‌କୁ ଏହି ମାମଲାରେ ୩ ଦିନିଆ ରିମାଣ୍ଡ ଅନୁମତି ପ୍ରଦାନ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦଙ୍କୁ ୧୫ ତାରିଖରୁ ରିମାଣ୍ଡ୍‌ରେ ନେଇ ୧୮ ତାରିଖ ଦିନ କୋର୍ଟରେ ହାଜର କରିବାକୁ ଓପିଆଇଡି କୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ଓପିଆଇଡଇ କୋର୍ଟ କ୍ରାଇମ୍‌ବ୍ରାଞ୍ଚ୍‌କୁ କେଶ୍ ଡାଏରୀ ଦାଖଲ କରିବାକୁ ଆଦେଶ ଦେଇଥିଲେ । ସୂଚନାଥାଉକି ୨୦୧୯ ମସିହା ଚିଟ୍‌ଫଣ୍ଡ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍ ଏମ୍‌.ଭି ପ୍ରସାଦକୁଙ୍କୁ ଗିରଫ କରିଛି । ତାଙ୍କ ନାମରେ ୩୫ ଲକ୍ଷରୁ ୪୦ ଲକ୍ଷ ଟଙ୍କାର ଅଭିଯୋଗ ରହିଛି । ସେ ୱେଲ୍‌ଫେୟାର୍ ଗୃପ୍ ଅଫ୍ କମ୍ପାନୀର ଅତ୍ୟତମ ଶାଖା ୱେଲ୍‌ଫେୟାର୍ ଡେଭେଲପ୍‌ମେଣ୍ଟ୍ ଏଣ୍ଡ୍ ବିଲଡିଂ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ପଦବୀରେ ଅଛନ୍ତି । ଆନ୍ଧ୍ରପ୍ରଦେଶର ଏହି ସଂସ୍ଥା ଓଡିଶା, ଛତିଶଗଡ, ତେଲେଙ୍ଗାନା ଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଶଖା କାର୍ଯ୍ୟାଳୟ ଖୋଲି ଲୋକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ କରିଛି ବୋଲି ଅଭିଯୋଗ ହୋଇଥିଲା ।

 

Breaking News