ରିପୋର୍ଟ କାର୍ଡ / କଟକ
କଟକର ପରିବା ବ୍ୟବସାୟୀଙ୍କୁ ମୋ ବସ୍ ଧକ୍କା ଦେଇଛି । ଖାନନଗର ମଲାଚଣ୍ଡିଆ ଟ୍ରାଫିକ୍ ଛକରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ପରିବା ବ୍ୟବସାୟୀ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାତ୍ର ତାଙ୍କ ପରିବା ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ସୂଚନାନୁଯାୟୀ ରଘୁନାଥପୁରରେ ଫେବୃଆରୀ ୪ ତାରିଖରେ ମୋ ବସ ଧକ୍କାରେ ଜଣେ ୧୨ ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ଝିଅଟି ସାଇକଲରେ ଯାଉଥିବାବେଳେ ମୋ ବସ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା।






More Stories
ବିଧାୟକଙ୍କୁ ହତ୍ୟା ଧମକ…..
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..