ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଲିଟାରୀ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ବେଳେ ସାଧାରଣ ନାଗରିକଙ୍କ ଉପରେ ସେନା ଗୁଳି ମାଡ଼ କରିଥିଲା। ଏଥିରେ ୯୦ରୁ ଅଧିକ ଆନ୍ଦୋଳନକାରୀଙ୍କ ଜୀବନ ଯାଇଥିବା ନେଇ ସୂଚନା ମିଳିଛି। ମିଆଁମାରରେ ଶାସନ ଭାର ମିଆଁମାରରେ ଶାସନ ଭାର ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ । ସେନା ନେବା ପରେ ବଢୁଛି ଜନତାଙ୍କ ଆକ୍ରୋଶ । ସାଧାରଣ ଲୋକଙ୍କ ଉପରେ ସେନାର ଏଭଳି ବର୍ବର ଆକ୍ରମଣକୁ ଆମେରିକା, ବ୍ରିଟେନ, ଜାପାନ ସମେତ ୧୨ଟି ଦେଶ ନିନ୍ଦା କରିଛନ୍ତିଷ | ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି ବୋଲି ସୂଚନା ମିଳିଛି। ଗତ ଫେବ୍ରୁଆରୀ ୧ରେ ଅଙ୍ଗ ସାନ୍ ସୁୃକୀଙ୍କ ସରକାରକୁ ହଟାଇ ଶାସନ ଭାର ଛଡ଼ା ନେଇଥିଲା ସେନା। ଏହାପରେ ମିଲିଟାରୀ ଶାସନ ବିରୋଧରେ ଜୋର ଧରିଛି ଆନ୍ଦୋଳନ। ଏହାକୁ ପ୍ରତିହତ କରିବାକୁ ସେନାର ଆକ୍ରମଣରେ ଏବେ ସୁଦ୍ଧା ୪୨୩ ଜଣଙ୍କ ମୃତ୍ୟୁ ହେଲାଣି। ଅନ୍ୟପଟେ ଗତକାଲି ଥାଇଲାଣ୍ଡ ସୀମାରେ ବିଦ୍ରୋହୀଙ୍କ ବିରୋଧରେ ଏୟାର ଷ୍ଟ୍ରାଇକ୍ କରିଛି ମିଆଁମାର ସେନା। ଏଥିରେ ବି ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..