Report Card Odisha

| Daily Odia News

ଆକାଶରୁ ବୋମା ମାଡ଼, ୧୦୦ ରୁ ଅଧିକ ମୃତ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମିଆଁମାରରେ ସେନା ଆକାଶରୁ ଗୁଳି ମାଡ଼ କରିଛି । ଏଥିରେ ପ୍ରାୟ ୧୦୦ରୁ ଅଧିକ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି । ଏହାକୁ ଜାତିସଂଘ ତୀବ୍ର ନିନ୍ଦା କରିଛି। ମିଆଁମାରର ସାଗାଇଙ୍କ ପ୍ରଦେଶର ପାଜିଗି ଗାଁରେ ଗତକାଲି ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ଉକ୍ତ ସମୟରେ ଆକାଶ ମାର୍ଗରୁ ଆଖି ବୁଜା ଗୁଳି ମାଡ଼ ହୋଇଥିଲା। ଏପରିକି ତୁହାକୁ ତୁହା ବମ୍‌ ବର୍ଷା ହେବାରୁ ଲୋକେ ନିଜ ଜୀବନ ବଞ୍ଚାଇବାକୁ ସମୟ ପାଇପାରି ନ ଥିଲେ। ଫଳରେ ଶତାଧିକ ଲୋକ ଘଟଣାସ୍ଥଳରେ ହିଁ ଟଳି ପଡ଼ିଲେ। ଫଳରେ ଯେଉଁ ସ୍ଥାନ କ୍ଷଣକ ପୂର୍ବରୁ କୋଳାହଳରେ ଫାଟି ପଡ଼ୁଥିଲା, ତାହା ସାଙ୍ଗେ ସାଙ୍ଗେ ଶ୍ମଶାନରେ ପରିଣତ ହୋଇଗଲା। ମିଳିତ ଜାତିସଂଘର ମାନବଧିକାର ଅଧିକାର କମିଶନର ଭୋଲକର ତୁର୍କ ଏକ ବିବୃତ୍ତିରେ କହିଛନ୍ତି ଯେ ଏୟାର ଷ୍ଟ୍ରାଇକର ଏହି ରିପୋର୍ଟ ଖୁବ୍‌ ଚିନ୍ତାଜନକ । ଘଟଣାସ୍ଥଳର ଭୟଙ୍କର ଚିତ୍ର ଦେଖିଲେ ଏପରି ଲାଗୁଛି ଯେପରି ସେଠାରେ ସ୍କୁଲ ପିଲାମାନେ ନାଚୁଥିବା ବେଳେ ଅନ୍ୟ ସାଧାରଣ ନାଗରିକ ତାହାକୁ ଉପଭୋଗ କରୁଥିଲେ।

 

Breaking News