ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ଦୀର୍ଘ ୧୪ ଦିନ ଅନବସରର ଗୁପ୍ତନୀତି ଗତକାଲି ଶେଷ ହେବା ପରେ ମହାପ୍ରଭୁ ଆଜି ନବଯୌବନ ବେଶରେ ଦର୍ଶନ ଦେବେ। ସକାଳ ୮ଟାରୁ ୧ ଘଣ୍ଟା ଧରି ପରିମାଣିକ ଟିକେଟ୍ ଦର୍ଶନ ହେବ। ୯ଟାରୁ ଦୁଇ ଘଣ୍ଟା ଧରି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ | ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ପରିମାଣିକ ଟିକେଟ୍ ଦର୍ଶନ ପାଇଁ ଭକ୍ତ ଯିବେ। ସାହାଣମେଲା ଦର୍ଶନରେ ଭକ୍ତମାନେ ସିଂହ ଦ୍ୱାର ଦେଇ ପ୍ରବେଶ କରି ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଦିନ ୧୧ଟା ପରେ ଆଉ ଶ୍ରୀଜିଉଙ୍କ ଦର୍ଶନ ମିଳିବ ନାହିଁ। ଭକ୍ତ କେବଳ ବେଢା ପରିକ୍ରମା କରିବା ସହ ଶ୍ରୀମନ୍ଦିର ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିପାରିବେ।






More Stories
ସତର୍କ ରହିବା ଭଲ…..
ସତର୍କତାର ସହ ଚଳିବାକୁ ପଡ଼ିବ…..
ଶୁଭ ଫଳ ମିଳିବ…..