ରିପୋର୍ଟ କାର୍ଡ / ଭୁବନେଶ୍ବର
ପୁରୀରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କଲେ ଜେ.ପି ନଡ୍ଡା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି ପ୍ରଶିକ୍ଷଣ ଶିବିରକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଉଦଘାଟନ କରିଥିବା ବେଳେ ସାମିଲ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ସ୍ବାମୀ ନାରାୟଣ ମନ୍ଦିରରେ ଆଜି ଠାରୁ ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଚାଲିବାକୁ ଥିବା ବେଳେ ବିଜେପିର ସାଂସଦ ଓ ବିଧାୟକଙ୍କୁ ପ୍ରଶିକ୍ଷଣ ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ କେମିତି ରଖାଯିବ ? କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ ଜନପ୍ରତିନିଧି ଓ ନେତା, କେମିତି ଲୋକଙ୍କ ସହ ଉତ୍ତମ ମନ୍ତବ୍ୟ ରଖିବେ ସେନେଇ ନଡ୍ଡାଙ୍କ ଠାରୁ ତାଲିମ ନେବେ ନେତା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ନଡ୍ଡା ତାଲିମ ଦେବେ । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହୋଇଛି ଏହି ପ୍ରଶିକ୍ଷଣ ଶିବିର ।
More Stories
ଇସ୍ରାଏଲ ଆକ୍ରମଣରେ ହିଜବୁଲ୍ଲା କମାଣ୍ଡର ଅଲି ଜାମୋଲ ନିପାତ…..
ନିଜକୁ ସାମ୍ବାଦିକା କହି ଭାରତର ରୁ ତଥ୍ୟ ସଂଗ୍ରହ କରୁଥିଲେ…..
କୁବେର ମୁଖ୍ୟଯନ୍ତ୍ରୀ ଗିରଫ…..