ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ଣ୍ଣାଟକ ବିଜେପି ଦ୍ବାରା କରାଯାଇଥିବା ଏକ ଆପତ୍ତିଜନକ ପୋଷ୍ଟ୍ ପାଇଁ ବିଜେପି ସଭାପତି ଜେପି ନଡ୍ଡା ଏବଂ ଦଳର ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟଙ୍କୁ ବେଙ୍ଗାଲୁରୁ ପୋଲିସ ସମନ କରିଛି। କଂଗ୍ରେସର ଅଭିଯୋଗକ୍ରମେ ତଦନ୍ତକାରୀ ଅଧିକାରୀଙ୍କ ଦ୍ବାରା ଉଭୟ ନଡ୍ଡା ଏବଂ ମାଲବିୟଙ୍କୁ ସମନ କରାଯାଇଛି। ସେମାନଙ୍କୁ ହାଜର ହେବାପାଇଁ ଗୋଟିଏ ସପ୍ତାହ ସମୟ ଦିଆଯାଇଛି। କର୍ଣ୍ଣାଟକ ବିଜେପି ବିଭାଗ ଦ୍ବାରା କରାଯାଇଥିବା ପୋଷ୍ଟକୁ ପ୍ରତ୍ୟାହାର କରିନେବାପାଇଁ ନିର୍ବାଚନ କମିସନ ଏକ୍ସକୁ ନିର୍ଦ୍ଦେଶ ଦେବାର ଦିନକ ପରେ ଆଜି ନଡ୍ଡା ଏବଂ ମାଲବୀୟଙ୍କୁ ସମନ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ସଂରକ୍ଷଣ ରାଜନୀତିରେ କଂଗ୍ରେସ ମୁସଲମାନଙ୍କୁ ସମର୍ଥନ କରୁଛି ବୋଲି ଦର୍ଶାଇ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରାଯାଇଥିବାରୁ ଏନେଇ କର୍ଣ୍ଣାଟକ ବିଜେପି ମୁଖ୍ୟ ବି ୱାଇ ବିଜୟେନ୍ଦ୍ରଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି। କର୍ଣ୍ଣାଟକ ବିଜେପି ଦ୍ବାରା ପୋଷ୍ଟ୍ କରାଯାଇଥିବା ଭିଡିଓରେ ଦର୍ଶାଯାଇଛି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏସସି, ଏସଟି ଏବଂ ଓବିସିଙ୍କ ତୁଳନାରେ ମୁସଲମାନଙ୍କୁ ଅଧିକ ପାଣ୍ଠି ଦେଉଛନ୍ତି। କଂଗ୍ରେସ ଏହି ଭିଡିଓଙ୍କୁ ସାଂପ୍ରଦାୟିକ ବିଭେଦ ପ୍ରୟାସ ଦର୍ଶାଇ ବିଜେପି ବିରୋଧରେ ଏକ ଏତଲା ରୁଜୁ କରିଥିଲା।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..