Report Card Odisha

| Daily Odia News

ନଦୀରେ ୨ ଡଙ୍ଗା ମୁହାଁମୁହିଁ ଧକ୍କା,୫୦ରୁ ଅଧିକ ଯାତ୍ରୀ ନିଖୋଜ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାସ୍ତାରେ ଗାଡି ମୁହାଁମୁହିଁ ଧକ୍କା ହେଉଥିବା ଶୁଣୁଥିବେ | କିନ୍ତୁ ନଦୀରେ ୨ ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି | ଏଭଳି ଘଟଣା ସାମ୍ନାକୁ ଆସିଛି ଆସାମର ବ୍ରହ୍ମପୁତ୍ର ନଦୀରେ | ତେବେ ବ୍ରହ୍ମପୁତ୍ର ନଦୀରେ ଯାଉଥିବା ଦୁଇ ଯାତ୍ରୀବାହୀ ନୌକା ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ନୌକାରେ ଥିବା ୧୦୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୫୦ରୁ ଅଧିକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ଏହି ଦୁଃଖଦ ଘଟଣା ଜୋରହଟ ଜିଲ୍ଲାର ନିମାତିଘାଟ ନିକଟରେ ଘଟିଥିବା କୁହାଯାଉଛି। ପ୍ରକାଶିତ ରିପୋର୍ଟ ମୁତାବକ, ଦୁଇଟି ନୌକାରେ ପାଖାପାଖି ୧୦୦ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଗୋଟିଏ ନୌକା ମାଜୁଲିରୁ ନିମାତିଘାଟକୁ ଯାଉଥିବା ବେଳେ ଦ୍ବିତୀୟ ନୌକାଟି ବୀପରିତ ଦିଗକୁ ଯାଉଥିଲା। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ନୌକା ଦୁର୍ଘଟଣାକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି। ଏଥିସହିତ ମାଜୁଲି ଓ ଜୋରହାଟ ଜିଲ୍ଲାର ପ୍ରଶାସନଙ୍କୁ ଏନଡିଆରଏଫ ଓ ଏସଡିଆରଏଫଙ୍କ ସାହାଯ୍ୟରେ ଉଦ୍ଧାରକାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଧାନ ସଚିବ ସମୀର ସିହ୍ନାଙ୍କୁ କ୍ରମାଗତ ଭାବେ ଘଟଣା ସହିତ ଜଡ଼ି ରହିବାକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ମାଜୁଲି ପହଞ୍ଚିବେ।

Breaking News