ରିପୋର୍ଟ କାର୍ଡ / କଟକ
କଟକରେ ପିଆଜ କିଲୋ ପିଛା ୩୫ ଟଙ୍କାରେ ଵିକ୍ରି ହୋଇଛି। ଵଜାରରେ ପିଆଜ ଦର ବୃଦ୍ଧି କୁ ନଜରରେ ରଖି ଆଜିଠାରୁ ସହରର ବିଭିନ୍ନ ସ୍ଥାନରେ ନାଫେଡ ତରଫରୁ ପିଆଜ ବିକ୍ରି ଆରମ୍ଭ ହୋଇଛି। ନାଫେଡ ପକ୍ଷରୁ ଗାଡ଼ିରେ ପିଆଜ ନେଇ ଛକ ଯାଗାରେ କିଲୋ ପିଛା ୩୫ଟଙ୍କାରେ ବିକ୍ରି କରିଵା ଆରମ୍ଭ କରିଛନ୍ତି ସରକାର। ଵଜାରରେ ଏବେ ପିଆଜ କିଲୋ ପିଛା ପ୍ରାୟ ୬୦ଟଙ୍କାରେ ବିକ୍ରି ହେଉଛି। ତେଣୁ ଖାଉଟି ମାନଙ୍କୁ ଆଶ୍ବସ୍ତି ଦେବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପିଆଜ ଦର ନିୟନ୍ତ୍ରଣକୁ ନଆସିଵା ପର୍ଯ୍ୟନ୍ତ ନାଫେଡ ସହରର ବିଭିନ୍ନ ସ୍ଥାନରେ ଏହି ଭଳି ପିଆଜ ବିକ୍ରି କରିଵ ଵୋଲି ଯୋଗାଣ ବିଭାଗ କହିଛି। ତେବେ ଵ୍ୟକ୍ତି ପିଛା ସର୍ବାଧିକ କେତେ ପିଆଜ ବିକ୍ରି କରାଯିଵ,ସେ ନେଇ କୈାଣସି ନିଷ୍ପତ୍ତି ହୋଇନଥିଵାରୁ ଆଜି ଆଵଶ୍ୟକତା ଅନୁସାରେ ଲୋକଙ୍କୁ ପିଆଜ ଦିଆଯାଇଛି।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..