Report Card Odisha

| Daily Odia News

ନାଗା-ଶୋଭିତାଙ୍କର ସରିଲା ନିର୍ବନ୍ଧ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସାଉଥ ସୁପରଷ୍ଟାର ନାଗା ଚୈତନ୍ୟ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି | ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡ଼ପ୍ରତର ତିନି ବର୍ଷ ପରେ ପୁଣି ଥରେ ବର ସାଜିବାକୁ ଯାଉଛନ୍ତି। ସେ ଅଭିନେତ୍ରୀ ତଥା ନିଜ ଗାର୍ଲଫ୍ରେଣ୍ଡ ଶୋଭିତା ଧୁଲିପାଲାଙ୍କୁ ବିବାହକରିବେ । ଉଭୟଙ୍କ ଗୁରୁବାର ନିର୍ବନ୍ଧ ସରିଛି। ପୂରା ସାଉଥ ଇଣ୍ଡିଆନ୍‌ ଲୁକ୍‌ରେ ଶୋଭିତା ଧୂଲିପାଲା। ସେପଟେ ଧୋତି ସାଙ୍ଗକୁ ଧଳା କୁର୍ତାରେ ନଜର ଆସିଛନ୍ତି ନାଗା ଚୈତନ୍ୟ। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସରିଛି ନିର୍ବନ୍ଧ। ଉଭୟଙ୍କୁ ଆଶୀର୍ବାଦ ଦେଉଥିବାର ଫଟୋକୁ ଏବେ ନାଗାଙ୍କ ବାପା ତଥା ଅଭିନେତା ନାଗାର୍ଜୁନ୍‌ ସେୟାର କରିଛନ୍ତି। ଏହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନାଗାର୍ଜୁନ ଏହି ଫଟୋକୁ ସେୟାର କରି ନିଜ ପୁଅ ପାଇଁ ବେଶ୍‌ ଖୁସି ଥିବା କହିଛନ୍ତି। ଭଭୟ ନାଗା ଓ ଶୋଭିତା ଆଜି ସକାଳ ୯ଟା ୪୫ରେ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି। ଆମେ ଶୋଭିତାଙ୍କୁ ନିଜ ପରିବାରକୁ ହୃଦୟର ସହ ସ୍ୱାଗତ କରୁଛୁ। ଏହି ହାପି କପୁଲଙ୍କୁ ବେଶ୍‌ ଶୁଭେଚ୍ଛା ବୋଲି ନାଗାର୍ଜୁନ କ୍ୟାପସନରେ ଲେଖିଛନ୍ତି। ୩ ବର୍ଷ ପୂର୍ବେ ସାମନ୍ଥାଙ୍କଠାରୁ ଅଲଗା ହୋଇଥିଲେ ନାଗା ଚୈତନ୍ୟ। ବେଶ୍‌ କିଛି ଦିନ ଏକା ରହିବା ପରେ ତାଙ୍କ ଲାଇଫ୍‌ରେ ଏଣ୍ଟ୍ରି କରିଥିଲେ ଶୋଭିତା। ଉଭୟଙ୍କ ପ୍ରମେକୁ ନେଇ ଚରିଆଡେ ଚର୍ଚ୍ଚା ହେଉଥିବା ବେଳେ ଏମାନେ କିନ୍ତୁ ଚୁପ୍‌ ରହିଥିଲେ। ବିଦେଶରେ ଉଭୟ ଏକାଠି ହଲିଡେ’ ଏନଜୟ କରୁଥିବାର ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ୟୁରୋପରେ ଏକାଠି ବୁଲିଥିବା ବେଳେ ସ୍ପଟ ହୋଇଥିଲେ। ଗୁପଚୁପ୍‌ ଭାବେ ଡେଟିଂ କରୁଥିବା ନେଇ ଖବର ସାଉଥ ଇଣ୍ଟଷ୍ଟ୍ରୀରେ ପ୍ରଚାରିତ ହୋଇଥିବା ବେଳେ ଉଭୟ କିନ୍ତୁ କ୍ୟାମେରା ସମ୍ମୁଖରେ କିଛି କହୁ ନ ଥିଲେ। ଏବେ ଦୁହେଁ ନିର୍ବନ୍ଧ କରି ଅଫିସିଆଲ୍‌ ଭାବେ ନିଜ ସମ୍ପର୍କ ଉପରେ ମୋହର ମାରିଛନ୍ତି।

Breaking News