ରିପୋର୍ଟ କାର୍ଡ / ରାୟଗଡା
ସେଲଫି ନେବା ସମୟରେ ଜଣେ ଯୁବକ ନଦୀରେ ଭାସି ଯାଇଛନ୍ତି | ଏଭଳି ଘଟଣା ଘଟିଛି ରାୟଗଡାର ନାଗାବଳୀ ନଦୀର ଝୁଲାପୋଲରେ | ଯୁବକ ସେଲଫି ନେବା ବେଳେ ଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ । ରବିବାର ବିଲାଲ ନିଜ ସାଙ୍ଗ ମାନଙ୍କ ସହିତ ନାଗାବଳୀ ଝୁଲାପୋଲୋ ନିକଟକୁ ବୁଲିବାକୁ ଯାଇଥିଲେ । ଭିତରକୁ ଯାଇ ସେଲଫି ନେବାବେଳେ ବିଲାଲ କୌଣସି କାରଣରୁ ପାଣି ଭିତରକୁ ଖସି ପଡ଼ିଥିଲେ ଓ ନିଖୋଜ ହୋଇ ଯାଇଥିଲେ । ଏ ନେଇ ତାଙ୍କ ସହଯୋଗୀ ମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛନ୍ତି । ଅନ୍ୟପଟେ ଏଯାଏଁ ନିଖୋଜ ଯୁବକଙ୍କ ପତ୍ତା ମିଲିପାରିନି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..