ରିପୋର୍ଟ କାର୍ଡ / ରାୟଗଡା
ସେଲଫି ନେବା ସମୟରେ ଜଣେ ଯୁବକ ନଦୀରେ ଭାସି ଯାଇଛନ୍ତି | ଏଭଳି ଘଟଣା ଘଟିଛି ରାୟଗଡାର ନାଗାବଳୀ ନଦୀର ଝୁଲାପୋଲରେ | ଯୁବକ ସେଲଫି ନେବା ବେଳେ ଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ । ରବିବାର ବିଲାଲ ନିଜ ସାଙ୍ଗ ମାନଙ୍କ ସହିତ ନାଗାବଳୀ ଝୁଲାପୋଲୋ ନିକଟକୁ ବୁଲିବାକୁ ଯାଇଥିଲେ । ଭିତରକୁ ଯାଇ ସେଲଫି ନେବାବେଳେ ବିଲାଲ କୌଣସି କାରଣରୁ ପାଣି ଭିତରକୁ ଖସି ପଡ଼ିଥିଲେ ଓ ନିଖୋଜ ହୋଇ ଯାଇଥିଲେ । ଏ ନେଇ ତାଙ୍କ ସହଯୋଗୀ ମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ଖୋଜାଖୋଜି ଚଳାଇଛନ୍ତି । ଅନ୍ୟପଟେ ଏଯାଏଁ ନିଖୋଜ ଯୁବକଙ୍କ ପତ୍ତା ମିଲିପାରିନି ।
Discussion about this post