ରିପୋର୍ଟ କାର୍ଡ / କଟକ
ନକଲି ଔଷଧ ମାମଲାର ମୁଖ୍ୟ ଅଭିଯୁକ୍ତ ଶିବ ଜେନାଙ୍କୁ ଗିରଫ କରାଯାଇଛି । ନକଲି ମେଡିସିନ କାରବାର କରୁଥିବା ସଂସ୍ଥାର ଏମଡି ଥିବା ଶିବ ଜେନାଙ୍କୁ ଆଜି କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ କରିଛି ।ବୁଧବାର କ୍ରାଇମବ୍ରାଞ୍ଚ ଏସଟିଏଫ ନକଲି ଔଷଧ ମାମଲାରେ କଟକ ମେଡିଲଏଡ୍ ମେଡିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ର ଜଣେ ନିର୍ଦ୍ଦେଶିକାଙ୍କ ସମେତ ୩ ଜଣଙ୍କୁ ଜେଲ୍ ପଠାଇଥିଲା । ଏହି ୩ ଜଣ ହେଲେ ନିର୍ଦ୍ଦେଶିକା ତଥା ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ପତ୍ନୀ, ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ା ଏବଂ ଆଉ ଜଣେ ଗୋଦାମ ଇନ୍ଚାର୍ଜ ସତ୍ୟ ପ୍ରକାଶ ମହାନ୍ତି । ଏମାନେ ମାତ୍ର ୬୫ ଟଙ୍କାରେ ଗୋଟିଏ ଗୋଟିଏ ନକଲି ଫାଭିପିରାଭିର୍ ଷ୍ଟ୍ରିପ୍ କିଣି ତାକୁ ୧୨୯୦ ଟଙ୍କାରେ ବିକିବାକୁ ଯୋଜନା କରିଥିଲେ । ଏହି କାରବାରର ମାଷ୍ଟରମାଇଣ୍ଡ ତଥା କଂପାନୀ ମାଲିକ ଶିବ ପ୍ରସନ୍ନ ଜେନା କଟକ କନିକା ଛକ ସ୍ଥିତ ମେଡ଼ିଲଏଡ୍ ମେଡ଼ିକେମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ରେ ଚାଲିଥିଲା ଏହି ଭେଜାଲ୍ ଔଷଧ କାରବାର । କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିରର ଫାଭମ୍ୟାକ୍ସ-୨୦୦ ଏବଂ ଫାଭିମ୍ୟାକ୍ସ-୪୦୦ ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ। ଏହି ଷ୍ଟ୍ରିପ୍ର ଦାମ ୬୫ ଟଙ୍କା। ତାଙ୍କୁ ୧୨୯୦ ଟଙ୍କା ଅର୍ଥାତ୍ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
More Stories
ଓଡ଼ିଶାର ୧୯ ପୋଲିସ କର୍ମଚାରୀଙ୍କୁ ମିଳିବ ପଦକ….
ମାହାଙ୍ଗା ଡବଲ ମର୍ଡର ମାମଲା:ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ…..
ମୋଷ୍ଟ ୱାଣ୍ଟେଡ୍ ଆଲୋକ ସେଠୀ ନିହତ: ଘର ନିଆଳି….