ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡି ମେଣ୍ଟକୁ ପରାଜୟ ମିଳିଛି। କଂଗ୍ରେସ ମଧ୍ୟ କିଛି କମାଲ କରିପାରି ନାହିଁ। ଶୋଚନୀୟ ପରାଜୟ ପରେ ଏବେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି। ସେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କୁ ଦଳର ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଅନୁରୋଧ କରିଥିବା କୁହାଯାଉଛି। ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ନାନା ପଟୋଲେ ନିଜକୁ ଦାୟୀ କରିଛନ୍ତି ଏବଂ ନିଜ ପଦରୁ ଇସ୍ତଫା ଦେଇଥିବାକୁହା ଯାଉଛି। ନାନା ପଟୋଲେ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେବେ ସେ ବର୍ତ୍ତମାନ ସୁଦ୍ଧା ମଲ୍ଲିକାର୍ଜୁନ ଖଡଗେ କିମ୍ବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ସହ ବ୍ୟକ୍ତିଗତ ସାକ୍ଷାତ କରିନାହାଁନ୍ତି। ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପଟୋଲେ ଦିଲ୍ଲୀରେ କେବଳ ଦଳର ସାଧାରଣ ସମ୍ପାଦକ କେ.ସି ଭେଶୁଗୋପାଲଙ୍କୁ ଭେଟିବାରେ ସକ୍ଷମ ହୋଇଛନ୍ତି। ଦଳର ହାଇକମାଣ୍ଡ ତାଙ୍କ ଇସ୍ତଫା ଗ୍ରହଣ କରିନାହାନ୍ତି। ସେପଟେ କଂଗ୍ରେସ ମୁଖପାତ୍ର ଅତୁଲ ଲୋଣ୍ଡେ ନାନା ପଟୋଲେଙ୍କ ଇସ୍ତଫା ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ନାନା ପଟୋଲେ ଦିଲ୍ଲୀରେ ଅଛନ୍ତି କିନ୍ତୁ ସେ ଇସ୍ତଫା ଦେଇନାହାଁନ୍ତି।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..