Report Card Odisha

| Daily Odia News

ନନ୍ଦନକାନନରେ ସିଂହ ଶାବକର ମୃତ୍ୟୁ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନନ୍ଦନକାନନରେ ୨୯ ତାରିଖରେ ସିଂହୀ ବିଜଲୀ ୫ ଶାବକ ଜନ୍ମ ଦେଇଥିଲା। ବିଜଲୀ ସେମାନଙ୍କ ମଧ୍ୟରୁ ଦୁଇଟି ଶାବକଙ୍କୁ ଗ୍ରହଣ କରିନଥିଲା। ଫଳରେ ଶାବକ ଦୁଇଟି ଅସୁସ୍ଥ ହୋଇ ଶନିବାର ସେମାନଙ୍କର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣଙ୍କ କହିଛନ୍ତି। ଏମାନଙ୍କ ମୃତ୍ୟୁ ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୩କୁ ହ୍ରାସ ପାଇଛି। ଅନ୍ୟ ଶାବକଙ୍କୁ ବଞ୍ଚାଇ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବନ୍ୟପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି। ବିଜଲୀ ୨୦୨୦ରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଇନ୍ଦୋର ଚିଡିଆଖାନାରୁ ଆସିଥିଲା। ୨୦୨୧ ଜୁଲାଇ ୨୧ରେ ପ୍ରଥମ ଥର ପାଇଁଁ ମା’ ହୋଇ ୩ ଶାବକ ଜନ୍ମ ଦେଇଥିଲା। ବିଜଲୀ ଗ୍ରହଣ ନ କରିବାରୁ ୨ଟି ଶାବକଙ୍କର ମୃତ୍ୟୁ ହୋଇଥିଲା। ୨୦୨୨ ମାର୍ଚ୍ଚ ୧୭ରେ ଦ୍ବିତୀୟ ଥର ମା’ ହୋଇଥିଲା ଓ ଦୁଇଟି ଶାବକ ଜନ୍ମ ଦେଇଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ୨୦୨୨ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମା’ ହୋଇ ୫ଟି ଶାବକ ଜନ୍ମ ଦେଇଥିଲା ଏବଂ ସେଥିରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା।

Breaking News