ରିପୋର୍ଟ କାର୍ଡ / ଭୁବନେଶ୍ୱର
ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଆଜି ୬୫ତମ ପ୍ରତିଷ୍ଠା ଦିବସ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା। କର୍ମଚାରୀ, ଅଧିକାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ନିମନ୍ତେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ ସଚେତନତା ସଭାର ଆୟୋଜନ ହେବାକୁ ଥିଲା। କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ପରଲୋକ କାରଣରୁ ଏହି ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ବୋଲି ଉପନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ପ୍ରତିଷ୍ଠା ଦିବସ କେବେ ପାଳନ ହେବ, ସେନେଇ ଦିନଧାର୍ଯ୍ୟ କରାଯାଇନଥିବା ଜଣାପଡ଼ିଛି। ଶନିବାର ୩୩ ହଜାର ୨୪୪ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନ ବୁଲିଛନ୍ତି। ସେମାନଙ୍କ ମଧ୍ୟରେ ଅଫଲାଇନରେ ୨୭,୧୪୫ଜଣ ଟିକଟ କରିଥିବାବେଳେ ସଞ୍ଚାରରେ ୨୨୭୪, ରୋପ୍ୱେରେ ୨୦ ଓ ହ୍ବାଟ୍ସଆପ୍ରେ ୩୭୫୪ ପର୍ଯ୍ୟଟକ ଟିକଟ ସଂଗ୍ରହ କରିଥିଲେ। ୫୧ ଭିନ୍ନକ୍ଷମ ମାଗଣାରେ ପ୍ରବେଶ କରିଥିଲେ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧୩୯୭ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ଭିଡ଼ରେ ଲୁଟିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିଲା। ୪ଟି ମୋବାଇଲ ଫୋନ୍, ୨ଟି ଚେନ୍ ଚୋରି ହୋଇଥିବା ଜଣାପଡ଼ିଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..