ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ବାତ୍ୟା ୟାସରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଜଣାଇବା ସହ କରୋନା ସଂକ୍ରମଣର ସାଂପ୍ରତିକ ସ୍ଥିତି ତଥା ଟିକାକରଣ ଉପରେ ଚର୍ଚ୍ଚା କରୁଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ଯେତେବଡ଼ ଚ୍ୟାଲେଞ୍ଜ ଆସିଲେ ସୁଦ୍ଧା ଏକଜୁଟ ହୋଇ ଜନତା ମୁକାବିଲା କରୁଛନ୍ତି । ସଂକ୍ରମଣକୁ ଭୟ ନକରି ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧାମାନେ ଦିନରାତି ପରିଶ୍ରମ କରୁଛନ୍ତି । ଦ୍ୱିତୀୟ ଲହରୀରେ ଅକ୍ସିଜେନ ଯୋଗାଣ ବଡ଼ ଚ୍ୟାଲେଞ୍ଜ ଥିଲା । କରୋନା ଲଢ଼େଇ ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି ଅମ୍ଳଜାନ ଏକ୍ସପ୍ରେସର ମହିଳା ଡ୍ରାଇଭର ଶିରିସାଙ୍କ ଉଦାହରଣ ଦେଇଛନ୍ତି । ମହାମାରୀର ସଙ୍କଟ ଭିତରେ ମହିଳାମାନେ ମଧ୍ୟ ତାଙ୍କ ଦାୟିତ୍ୱ ସୂଚାରୁରୂପେ ନିଭାଇଛନ୍ତି । ମହିଳାମାନେ ଦେଶକୁ କରୋନା ସହିତ ଲଢ଼ିବା ପାଇଁ ଶକ୍ତି ଦେଇଛନ୍ତି । ଅମ୍ଳଜାନ ଏକ୍ସପ୍ରେସ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚୁଛି । ଏକ ଅମ୍ଳଜାନ ଏକ୍ସପ୍ରେସ କେବଳ ମହିଳାମାନେ ଚଳାଉଛନ୍ତି । ମହାମାରୀ ବିରୋଧୀ ଲଢ଼େଇରେ ବୈଜ୍ଞାନିକ ଏବଂ ଡାକ୍ତରଙ୍କ ବ୍ୟତୀତ ସେନା, ବାୟୁସେନା ଏବଂ ନୌସେନାର ଅବଦାନ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ମନ୍ କି ବାତରେ ହିଣ୍ଡନ ଏୟାରବେସରେ ମୁତୟନ କ୍ୟାପଟେନ ଏ.କେ ପଟ୍ଟନାୟକଙ୍କ କଥା ଉଠାଇ ତାଙ୍କୁ ଉତ୍ସାହିତ କରିଛନ୍ତି । ସେହିପରି ଦିଲ୍ଲୀର ଏକ ଅନୁଷ୍ଠାନର ଲାବୋରେଟୋରୀରେ କାମ କରୁଥିବା ଲ୍ୟାବ ଟେକ୍ନିସିଆନ ପ୍ରକାଶଙ୍କ ଅନୁଭୂତି ସମ୍ପକୟରେ ଦେଶାବାସୀଙ୍କୁ ଅବଗତ କରାଇଛନ୍ତି । ଦେଶରେ ହଜାର ହଜାର ପରୀକ୍ଷଣ ଲ୍ୟାବରେ କରୋନା ପରୀକ୍ଷା କରାଯାଉଛି। ଗୋଟିଏ ଦିନରେ ଲକ୍ଷ ଲକ୍ଷ ରୋଗୀଙ୍କ କରୋନା ପରୀକ୍ଷା ଚାଲିଛି। ଏଭଳି ପରିସ୍ଥିତିରେ ଦିନରାତି କାମ କରୁଥିବା ଲ୍ୟାବ ଟେକ୍ନିସିଆନମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମହାମାରୀ ସମଗ୍ର ବିଶ୍ୱ ସମେତ ଭାରତରେ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ହସଖୁସିର ସଂସାରରେ ନିଆଁ ଲଗାଇ ପିଲାମାନଙ୍କୁ ଅନାଥ କରିଛି ମହାମାରୀ । କୁନି କୁନି ପିଲାଙ୍କ ଯତ୍ନ ନେବାକୁ ପରିବାରରେ କେହି ରହୁନାହାନ୍ତି । ଏଭଳି ପରିସ୍ଥିତିରେ ଗରିବ ପିଲାଙ୍କ ଦାୟିତ୍ୱ ନେବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି । ଏହି ନୂତନ ଅଭିଯାରେ କରୋନା ମହାମାରୀ ହେତୁ ପିତାମାତା ହରାଇଥିବା ସମସ୍ତ ପିଲାଙ୍କୁ କେନ୍ଦ୍ର ସରକାର ସାହାଯ୍ୟ କରିବେ। ଏଥିପାଇଁ ପିଏମ କେୟାର ଫର ଚାଇଲ୍ଡ ସ୍କିମ୍ ଆରମ୍ଭ ହେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ମହାମାରୀ ବେଳେ ବି ବାତ୍ୟା ପ୍ରଭାବିତ ରାଜ୍ୟ ଗୁଡ଼ିକ ସାହସିକତା ଦେଖାଇଛନ୍ତି । ପ୍ରତିକୂଳ ପରିସ୍ଥିତିରେ ରିଲିଫ ଓ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ସାଲୁଟ କରିଛନ୍ତି ପ୍ରଧାନମନ୍ତ୍ରୀ ।
More Stories
ନୋବେଲ ଶାନ୍ତି ପୁରସ୍କାର ଘୋଷଣା…..
୧୫ରେ ଶପଥ ନେବେ ନାୟବ ସିଂହ ସୈନି!….
ମହାରାଷ୍ଟ୍ର,ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ !…..