ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦୀ। ରବିବାର ସଂଧ୍ୟା ୭ଟା ୧୫ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାରେ ଶପଥ ପାଠ କରାଇଛନ୍ତି । ଏହା ସହିତ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ୍ ଜବାହାରଲାଲ ନେହେରୁଙ୍କୁ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । କ୍ୟାବିନେଟ ମନ୍ତ୍ରୀ ମାଙ୍କୁ ରାଷ୍ଟ୍ରପତି ଶପଥପାଠ କରାଇଛନ୍ତି| ପାକିସ୍ତାନକୁ ଛାଡ଼ି ସବୁ ପଡ଼ୋଶୀ ଦେଶର ରାଷ୍ଟ୍ରମୁଖ୍ୟ ଉପସ୍ଥିତ ରହିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ବିଜେପି ଭେଟରାନ ମୁରଲୀ ମନୋହର ଯୋଶୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଅଭିନେତା ଅକ୍ଷୟ କୁମାର, ରଜନୀକାନ୍ତ, ଶାହରୁଖ ଖାନଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ମୁକେଶ ଆମ୍ବାନୀ, କୁମାର ମଙ୍ଗଲମ ବିର୍ଲା ପ୍ରମୁଖ ମୋଦିଙ୍କ ଶପଥ ପାଠ ବେଳେ ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ ମନ କୀ ବାତ୍ ଅଂଶଗ୍ରହଣକାରୀ, ପଦ୍ମ ଆୱାର୍ଡି ଓ ଅନେକ ଧର୍ମଗୁରୁ ବି ରାଷ୍ଟ୍ରପତି ଭବନ ଆସିଥିଲେ। ଏହି ଉତ୍ସବରେ ସେଣ୍ଟ୍ରାଲ୍ ଭିଷ୍ଟା ଶ୍ରମିକ, ସଫେଇ କର୍ମଚାରୀ, ବନ୍ଦେ ଭାରତ ଟ୍ରେନ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..