ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା | ହକି ଖେଳ ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ କରିବା ଅଭିଯୋଗରେ ଫସିଥିବା ନରିନ୍ଦର ବାତ୍ରା ଶେଷରେ ଆଜି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ର ସଦସ୍ୟତା ପଦ ମଧ୍ୟ ଛାଡ଼ି ଦେଇଛନ୍ତି। ମାର୍ଚ୍ଚ ମାସରେ ସେ ଭାରତୀୟ ଅଲିମ୍ପିକ ସଂଘର ମୁଖ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏଥିସହ ଏହି ପଦକୁ କେବେ ଫେରିବେ ନାହିଁ ବୋଲି କହିଥିଲେ।ହକି ଖେଳ ନାଁରେ ଶ୍ରୀ ବାତ୍ରା ୩୫ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ଆସିଛି। ଏଥିପାଇଁ ସିବିଆଇ ତାଙ୍କ ନାଁରେ ମାମଲା ରୁଜୁ କରିଛି। ହକି ଇଣ୍ଡିଆର ଉନ୍ନତି ଓ ହକି ଖେଳାଳିଙ୍କ ପ୍ରୋତ୍ସାହନ ନାମରେ ବାତ୍ରା ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା କୁହାଯାଉଛି। ଏହି ଟଙ୍କାକୁ ସେ ନିଜ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିଛନ୍ତି। ତେବେ ଏହି ଦୁର୍ନୀତିରେ ଆଉ କିଛି ଅଫିସର ଓ ଅଜଣା ବ୍ୟକ୍ତି ସାମିଲ ଥିବା ପ୍ରାଥମିକ ଯାଞ୍ଚରୁ ସିବିଆଇ ଜାଣିବାକୁ ପାଇଛି।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….