ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାତିରେ ଆମେରିକାର ‘ନାସା’ ଚନ୍ଦ୍ରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍ ଉତ୍କ୍ଷେପଣ କରିବା କୁ ପ୍ରସ୍ତୁତ କରୁଛି | ପ୍ରଥମ କରି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବାକୁ ଥିବା ଏହି ‘ସ୍ପେସ୍ ଲଞ୍ଚ୍ ସିଷ୍ଟମ୍’ ‘ଓରିଅନ୍ ମହାକାଶଯାନ’ରେ ଯାଇ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠରେ ମାନବ ପାଇଁ ଅନୁକୂଳ ବ୍ୟବସ୍ଥା କରିବ। ଏହି ମହାକାଶଯାନ ଆଜି ରାତି ୧୧:୪୫ରେ ଫ୍ଲୋରିଡାସ୍ଥିତ ‘କେନେଡି ସ୍ପେସ୍ ସେଣ୍ଟର୍’ର ଲଞ୍ଚ୍ପ୍ୟାଡ୍ ୩୯ବିରୁ ଉତ୍କ୍ଷେପଣ କରାଯିବ। ଏ ବିଷୟରେ ଦେଇଥିବା ବିବୃତିରେ ‘ନାସା’ କହିଛି, ଅଗଷ୍ଟ ୨୯ ତାରିଖ ସୋମବାର ଦିନ ସ୍ଥଗିତ ରଖାଯାଇଥିବା ପ୍ରଥମ ଉଦ୍ୟମ ପରଠାରୁ ଏହାର ଟିମ୍ ପ୍ରକ୍ରିୟା ନବିକରଣ କରିବା ସହିତ ଅଭିଯାନ ଅଭ୍ୟାସ ଏବଂ ଟାଇମ୍ଲାଇନ୍ ରିଫାଇନ୍ କରିଛନ୍ତି।ପ୍ରଥମ ଉତ୍କ୍ଷେପଣ ବାତିଲ ହେବା ପରେ ଆଜି ଦ୍ବିତୀୟ ଉଦ୍ୟମ ଆରମ୍ଭ କରିବା ଲାଗି ‘ନାସା’ ଉକ୍ତ ଟିମ୍କୁ ଅନୁମତି ଦେଇଛି। ସଦ୍ୟତମ ବିବୃତିରେ ‘ନାସା’ କହିଛି, ଆଜି ପାଗ ପରିସ୍ଥିତି ୬୦% ଅନୁକୂଳ ରହିବ ବୋଲି ‘ୟୁଏସ୍ ସ୍ପେସ୍ ଫୋର୍ସ ସ୍ପେସ୍ ଲଞ୍ଚ୍ ଡେଲ୍ଟା ୪୫’ର ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ‘ନାସା’ର ପ୍ରଶାସକ ବିଲ୍ ନେଲ୍ସନ୍ କହିଛନ୍ତି ଯେ, ପ୍ରଥମ ଉତ୍କ୍ଷେପଣ ଉଦ୍ୟମରୁ ଇଞ୍ଜିନିୟର୍ମାନେ ଯେତେ ସବୁ ଶିକ୍ଷା ପାଇଛନ୍ତି ଦ୍ବିତୀୟ ଉତ୍କ୍ଷେପଣ ଉଦ୍ୟମରେ ସେ ସବୁ କାର୍ଯ୍ୟକାରୀ ହେବ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..