ରିପୋର୍ଟ କାର୍ଡ / ରାଞ୍ଚି
ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଝାଡ଼ଖଣ୍ଡରେ ବୁଧବାର ରାତି ୮ଟା ୨୦ରେ କନାରାଓଁ ରେଲୱେ ଷ୍ଟେସନ ନିକଟରେ ପାସେଞ୍ଜର ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେବଳ ଇଞ୍ଜିନ ଟ୍ରାକରୁ ବାହାରକୁ ବାହାରି ଆସିଥିବା ବେଳେ ଟ୍ରେନର ସ୍ପିଡ କମ ଥିବାରୁ ଟ୍ରେନର ୭ଟି ବଗିରୁ କୌଣସି ଗୋଟିଏ ବଗି ଟ୍ରାକରୁ ବାହାରକୁ ବାହାରି ନଥିଲା। ଫଳରେ ଏକ ବଡ଼ଧରଣର ଦୁର୍ଘଟଣାରୁ ଯାତ୍ରୀମାନେ ବର୍ତ୍ତି ଯାଇଥିବା ଜଣାପଡିଛି. ଦୁର୍ଘଟଣା ସମୟରେ ଟ୍ରେନରେ ୮୪ ଜଣ ଯାତ୍ରୀ ଥିଲେ। ଘଟଣାକୁ ନେଇ ରାଞ୍ଚିର ଡିଭିଜନାଲ ରେଲୱେ ମ୍ୟାନେଜର କହିଛନ୍ତି, ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ଆଉ ଏକ ଇଞ୍ଜିନ ଲଗାଯାଇଥିଲା। ଟ୍ରେନଟି ରାଉରକେଲା ଅଭିମୁଖେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ, ଟ୍ରେନରେ ଥିବା ୮୪ ଜଣ ଯାତ୍ରୀ ଓ କ୍ରିୟୁ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଓ ସମସ୍ତେ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାର କାରଣ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
More Stories
ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବଇ ପ୍ରଧାନ ବିଚାରପତି ନିଯୁକ୍ତ…..
ଭୀଷଣ ବର୍ଷାରେ ଭୁଶୁଡିଲା କାନ୍ଥ: ୮ ମୃତ…..
ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ:୧୪ ମୃତ…..