ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦିଲ୍ଲୀ ସ୍ଥିତ AIIMS ରେ ବାଇପାସ୍ ସର୍ଜରୀ କରାଯିବ। ସକାଳେ ଓଡ଼ିଆ ଡାକ୍ତର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅସ୍ତ୍ରୋପଚାର କରିବେ ବୋଲି ସୂଚନା ମିଳିଛି। ଗତ ୨୬ ତାରିଖରେ ରାଷ୍ଟ୍ରପତି ହଠାତ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ପରଦିନ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଦୁଇ ଦିନର ନିରୀକ୍ଷଣ ପରେ ବାଇପାସ୍ ସର୍ଜରୀ କରିବା ଲାଗି ଏମ୍ସ ଡାକ୍ତର ପରାମର୍ଶ ଦେଇଥିଲେ। ଏବେ ରାଷ୍ଟ୍ରପତିଙ୍କ ଅବସ୍ଥା ସ୍ଥିର ଅଛି। ବିଶେଷଜ୍ଞଙ୍କ ଦାୟିତ୍ୱରେ ତାଙ୍କର ଚିକିତ୍ସା କରାଯାଉଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବାର୍ତ୍ତାରେ କୁହାଯାଇଛି। ଏଠି କହି ରଖିବୁ, ରାଷ୍ଟ୍ରପତି ହସ୍ପିଟାଲରେ ଭର୍ତ୍ତି ହେବାର ପରଦିନଠାରୁ ନିଜ ଡିଉଟି କରୁଛନ୍ତି। ଏପରିକି ସେ ହସ୍ପିଟାଲରରୁ ଦିଲ୍ଲୀ ବିଲ୍କୁ ପାସ ପାଇଁ ନିଜର ସହମତି ପ୍ରଦାନ କରିଥିଲେ।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..