ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସର ଶୁଭ ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟରକ୍ୟଣ୍ଟିନ ଛକଠାରୁ ବାହାରି ରାମ ମନ୍ଦିର ଛକ ଯାଏ ଯାଇଥିଲା। ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମ ପଦ ଯାତ୍ରାରେ ପରିବହନ ବିଭାଗ, NCC କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର, ଓ କଳାକାର ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ର ମଆହନ ମାଝୀ ସଡ଼କ ସୁରକ୍ଷା ପାଳନ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି। କଳାକାରମାନେ ଚନ୍ଦ୍ରଗୁପ୍ତ ଏବଂ ଯମରାଜ୍ ଭୂମିକାରେ ଅଭିନୟ କରି ଲୋକଙ୍କୁ ସଚେତନ କରାଉଛନ୍ତି। ଏହି ଅବସରରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ କୃଷ୍ଣ ମହାପାତ୍ର, ମେୟର ସୁଲୋଚନା ଦାସ, ବିଧାୟକ ମାନେ, ମୁଖ୍ୟ ସଚିବ ମନୋଜ ଆହୁଜା, ପୋଲିସ ମୁଖ୍ୟ ଯୋଗେଶ ବାହାଦୁର ଖୁରାନିଆ, ପରିବହନ ବିଭଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥର ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି Come Home safe। ସୁରକ୍ଷିତ ସହ ଘରକୁ ଫେରନ୍ତୁ।






More Stories
ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା…..
ଜଳିଗଲା ବସ୍,୧୦ ମୃତ……
ରାଜା ଚକ୍ର ସମେତ ୧୧ ଅଭିଯୁକ୍ତଙ୍କ ନାଁରେ ଇଡି ଚାର୍ଜସିଟ୍…..