Report Card Odisha

| Daily Odia News

ଉପାସନାଙ୍କ ଉପରେ ରାଗିଗଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଗି ଯାଇଛନ୍ତି। ନବୀନ କହିଛନ୍ତି, ବିଧାୟିକା ଭୋଟଦାନରେ ତ୍ରୁଟି କରିଛନ୍ତି। ଯେଉଁ ଅଧିକାରୀ ସେଠାରେ ଥିଲେ ନିୟମ ଉଲ୍ଲଙ୍ଘନ କରିଛନ୍ତି। ବେଆଇନ ଭାବେ ତାଙ୍କୁ ଦ୍ବିତୀୟ ବାଲଟ୍‌ ଦେଇ ତାଙ୍କ ଭୋଟ୍‌କୁ ଗ୍ରହଣ କରିଛନ୍ତି। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ବିରୋଧ ବୋଲି ନବୀନ କହିବା ସହ ନିର୍ବାଚନ ଆଇନର ଉଲ୍ଲଂଘନ କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ଉପାସନାଙ୍କ ପାଇଁ ବାହାରିଛନ୍ତି ଭାଜପା ବିଧାୟକ ପ୍ରକାଶ ସେଠୀ । ସେ କହିଛନ୍ତି, ଉପାସନାଙ୍କ ଭୋଟ୍‌ ଓଭର ରାଇଟ୍‌ ହୋଇଥିଲା। ନିର୍ବାଚନ କମିଶନଙ୍କ ରୁଲ୍‌ ଅନୁଯାୟୀ ୨ୟ ବାଲଟ ପେପର ଇସ୍ୟୁ କରାଯାଇଛି। ଯଦି ଏଜେଣ୍ଟ ଦେଖାଇ ନ ଥିବେ ତେବେ ବାଲଟ ପେପର୍‌ ନେଇପାରିବେ। ଉପାସନା ଏଜେଣ୍ଟଙ୍କୁ ବାଲଟ ଦେଖାଇ ନ ଥିବାରୁ ୨ୟ ବାଲଟ ଇସ୍ୟୁ ହୋଇଥିଲା।

Breaking News