Report Card Odisha

| Daily Odia News

ନବୀନ କେନ୍ଦ୍ରକୁ ମାଗିଲେ ୯୫ ପ୍ରତିଶତ କୋଭିଡ ଟିକା….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ୯୫ ପ୍ରତିଶତ କୋଭିଡ ଟିକା ମଗାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ | ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଟିକାକରଣ ପ୍ରସଙ୍ଗ ଉଠାଇଥିଲେ। କହିଛନ୍ତି, ଯେ ଟିକାକରଣରେ ଓଡିଶା ବହୁତ ଭଲ ପ୍ରଦର୍ଶନ କରୁଛି ଏବଂ ଆମର ଅପଚୟ ଦେଶରେ ସର୍ବନିମ୍ନ ରହିଛି। ରାଜ୍ୟର ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଏବଂ ବଳକା ୭୫ ପ୍ରତିଶତ ସରକାରୀ ହସ୍ପିଟାଲକୁ ଯୋଗାଉଛନ୍ତି। ଏଣୁ ଘରୋଇ ହସ୍ପିଟାଲକୁ ୫ ପ୍ରତିଶତ ଟିକା ଦିଆଯାଇ ବଳକା ୯୫ ପ୍ରତିଶତ ଟିକା ସରକାରୀ ହସ୍ପିଟାଲକୁ ଯୋଗାଇ ଦିଆଗଲେ ରାଜ୍ୟରେ ଟିକାର ସଠିକ୍‌ ଆବଣ୍ଟନ ହୋଇପାରିବ । ତୃତୀୟ କରୋନା ଲହରରେ ୧୨ରୁ ୧୮ ବର୍ଷ ପିଲା ଅଧିକ ସଂକ୍ରମିତ ହେବାର ଆଶା ରହିଛି। ଏଣୁ ଯଥାଶୀଘ୍ର ପିଲାଙ୍କୁ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଉ। କୋଭିଡରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କଠାରେ ଦେଖାଯାଉଥିବା ସମସ୍ୟାର ସମାଧାନ କିପରି ଭାବେ କରାଯାଉଛି ଏହାର ମଧ୍ୟ ଆଲୋଚନା କରିଥିଲେ।

Breaking News