ରିପୋର୍ଟ କାର୍ଡ / କଟକ
ସାଂସଦ ଅନୁଭବ ମହାନ୍ତି-ବର୍ଷା ପ୍ରିୟଦର୍ଶନୀଙ୍କ ମାମଲାରେ ସମାଧାନ ହୋଇପାରୁନାହିଁ | ବିବାହ ବିଛେଦ ମାମଲାରେ ଆଜି ଅବୁଭବ କଟକ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହଜାର ହୋଇଥିଳେ କିନ୍ତୁ ବର୍ଷା ଆସିନଥିଲେ । ତେଣୁ ଅଗଷ୍ଟ ୧୦ରେ ମାମଲାର ପରବର୍ତୀ ଶୁଣାଣି ହେବ । ପୂର୍ବ ଉଭୟ ୨ ଥର କୋର୍ଟରେ ହାଜର ହୋଇ ସାରିଛନ୍ତି । ପାରିବାରିକ ଅଦାଲତରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ଖୁବ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି କହିଛନ୍ତି ଅନୁଭବ । ଉଲ୍ଲେଖ ଯୋଗ୍ୟକି- ଜୁଲାଇ ୯ରେ ଅନୁଭବ-ବର୍ଷା କୋର୍ଟର ଆପୋଷ ବୁଝାମଣା କେନ୍ଦ୍ରରେ ମଧ୍ୟ ହାଜର ହୋଇଥିଲେ। ପରସ୍ପର ମଧ୍ୟରେ ଥିବା ସମସ୍ୟାର ସମାଧାନ ତଥା ଛାଡପତ୍ରରୁ ଦୂରେଇ ରହିବା ପାଇଁ ଉପାୟ ଖୋଜିବା ପାଇଁ ସେମାନଙ୍କୁ କାଉନସେଲିଂ ଅଧିକାରୀ ପରାମର୍ଶ ଦେଇଥିଲେ।
Discussion about this post